‘ବିଶ୍ୱ ଗଣମାଧ୍ୟମ ସ୍ଵାଧୀନାତା ସୂଚୀ’ରେ ନିମ୍ନଗାମୀ ଭାରତ : ୧୮୦ ଦେଶରୁ ଭାରତର ସ୍ଥାନ ୧୬୧ରେ

‘ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚୀ’

ନୂଆଦିଲ୍ଲୀ: ୨୦୨୩ ‘ବିଶ୍ୱ ଗଣମାଧ୍ୟମ ସ୍ଵାଧୀନାତା ସୂଚୀ’ରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୬୧କୁ ଖସି ଆସିଥିବା କଥା ବୈଶ୍ଵିକ ଗଣମାଧ୍ୟମ ଉପରେ ଦୃଷ୍ଟି ରଖୁଥିବା ସଂସ୍ଥାନ ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ’ (ଆର୍‌ଏସ୍‌ଏଫ୍‌) ରିପୋର୍ଟ କରିଛି। ଗଣମାଧ୍ୟମ ସ୍ଵାଧୀନାତା କଥା ବିବେଚନା କଲେ ୧୫୦ତମ ସ୍ଥାନରେ ଥାଇ ପାକିସ୍ତାନ ଭାରତଠାରୁ ଅଗ୍ରଣୀ ରହିଛି। ୨୦୨୨ରେ ଏହି ସୂଚୀରେ ଭାରତର ସ୍ଥାନ ୧୫୦ ଥିବା ବେଳେ ପାକିସ୍ତାନ ୧୫୭ରେ ସ୍ଥାନିତ ହୋଇଥିଲା। ଚଳିତ ବର୍ଷର ଏହି ସୂଚକାଙ୍କରେ ଶ୍ରୀଲଙ୍କା ମଧ୍ୟ ଉଲ୍ଲେଖଯୋଗ୍ୟ ଉନ୍ନତି କରିଛି। ୨୦୨୨ରେ ଶ୍ରୀଲଙ୍କା ୧୪୬ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୧୩୫ତମ ସ୍ଥାନରେ ସ୍ଥାନିତ ‌ହୋଇଛି।
ଗଣମାଧ୍ୟମ ସ୍ଵାଧୀନାତାରେ ଚଳିତ ବର୍ଷ ନର୍‌ୱେ, ଆୟର୍ଲାଣ୍ଡ୍‌ ଓ ଡେନ୍‌ମାର୍କ ପ୍ରଥମ ୩ଟି ସ୍ଥାନ ବଜାୟ ରଖିଥିବା ବେଳେ ଭିଏତ୍‌ନାମ୍, ଚୀନ୍‌ ଓ ଉତ୍ତର କୋରିଆ ସୂଚକାଙ୍କର ତଳଆଡୁ ଶେଷ ତିନୋଟି ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ’ (ଆର୍‌ଏସ୍‌ଏଫ୍‌) ଗଣମାଧ୍ୟମ ସ୍ଵାଧୀନାତାର ବୈଶ୍ଵିକ ରାଙ୍କିଙ୍ଗ୍‌ ପ୍ରକାଶ କରିଥାଏ। ଏହା ହେଉଛି ଏକ ଆନ୍ତର୍ଜାତିକ ‘ଏନ୍‌ଜିଓ’, ଯାହାର ଲକ୍ଷ୍ୟ ହେଉଛି ଗଣମାଧ୍ୟମ ସ୍ଵାଧୀନାତାକୁ ସୁରକ୍ଷା ଦେବା ଓ ପ୍ରସାର କରିବା। ପ୍ୟାରିସ୍‌ରେ ମୁଖ୍ୟାଳୟ ଥିବା ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ’ର (ଆର୍‌ଏସ୍‌ଏଫ୍‌) ଜାତିସଂଘରେ ମଧ୍ୟ ‘କନ୍‌ସଲ୍‌ଟେଟିଭ୍‌ ଷ୍ଟାଟସ୍’ ରହିଛି।

Share Now:

Kalinga News Beuro

Next Post

ଭୁଶୁଡ଼ିବ ଆମେରିକା ଅର୍ଥନୀତି : ଶେଷ ହେଲାଣି ପାଣ୍ଠି

Wed May 3 , 2023
ୱାସିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ଆମେରିକା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ପାଣ୍ଠି ସରିବାକୁ ବସିଲାଣି। ନୂଆ ପାଣ୍ଠି ସଂଗ୍ରହ ପାଇଁ ସଂସଦ (କଂଗ୍ରେସ)ର ଅନୁମତି ଦରକାର ଥିବା ବେଳେ ସରକାର ଓ ବିରୋଧୀ ଦଳ ମଧ୍ୟ‌ରେ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏହାର ଶୀଘ୍ର ସମାଧାନ ନହେଲେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ବେଶି ସମୟ […]
ଭୁଶୁଡ଼ିବ ଆମେରିକା ଅର୍ଥନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial