ଚର୍ଚ୍ଚାରେ ୩ଫୁଟ ଉଚ୍ଚତାର ପ୍ରାର୍ଥୀ : ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ଚର୍ଚ୍ଚାରେ ୩ଫୁଟ ଉଚ୍ଚତାର ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୋରଦାବାଦଠାରେ ହେବାକୁ ଥିବା ମ୍ୟୁନିସିପାଲଟି ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ମୋରଦାବାଦଠାରେ ୩ଫୁଟ ୮ଇଞ୍ଚ ଉଚ୍ଚତା ଥିବା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରାର୍ଥୀଙ୍କ ନାମ ପ୍ରବେଶ ଚାୱଲା ରହିଥିବା ଜଣାପଡ଼ିଛି। ଯିଏକି ୱାର୍ଡ ନମ୍ବର ୨୧ର ଆଦର୍ଶ ନଗର ପଞ୍ଜାବୀ କଲୋନିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ନାମାଙ୍କନ ପତ୍ର ଦାଖଲ କରି ପ୍ରବେଶ ଚାୱଲା କହିଛନ୍ତି, ‘ଲୋକେ ଯେଉଁ ଲୋକଙ୍କୁ ଦେଖି ଅଣ‌ଦେଖା କରି ଦିଅନ୍ତି ମୁଁ ସେହି ଲୋକଙ୍କ ସ୍ବର ହେବା ପାଇଁ ରାଜନୀତିରେ ପ୍ରବେଶ କରିଛି। ଲକ୍ଷ୍ୟ ସ୍ଥାନରେ ସେହିମାନେ ପହଞ୍ଚି ପାରନ୍ତି ଯାହାଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିଥାଏ। ଆପଣ କେବେ ହେଲେ ନିଜକୁ ନିଚ୍ଚମନେ କରନ୍ତୁ ନାହିଁ। କାରଣ ଏହି ସମାଜରେ ପ୍ରତ୍ୟେକ ମଣିଷକୁ ବଞ୍ଚିବାର ସମାନ ଅଧିକାର ରହିଛି। ମୁଁ ଗ୍ରାଜୁଏସନ ଶେଷ କରି ବ୍ୟବସାୟ କରୁଛି। ଏଯାବତ ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହିଁ। କ୍ରମାଗତ ଦୁଇ ଅଢ଼େଇ ବର୍ଷ ହେବ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି କରିଛି। ଏମିତି ନେତା ଅଛନ୍ତି ଯେଉଁମାନେ ଲୋକଙ୍କ ଅସୁବିଧା ବୁଝିବାକୁ ଆସନ୍ତି ନାହିଁ। ମୁଁ ଏହି ନିର୍ବାଚନ ଜିତି ସ୍ବାସ୍ଥ୍ୟସେବା ଜିନିତ ଅସୁବିଧା ଦୂର କରିବା ସହିତ କେମିତି ପିଲାଙ୍କ ପାଠପଢ଼ାରେ ଉନ୍ନତି ହେବ ସେ ଦିଗରେ କାମ କରିବି।’

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ଡାକ୍ତରଖାନା ଅଧିକାରୀ

Wed Apr 19 , 2023
ଯାଜପୁର: ଯାଜପୁରର ଦାନଗଦି ସିଏଚ୍‌ସିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତରଖାନା ଅଧିକାରୀ ଡକ୍ଟର ପବିତ୍ର କୁମାର ସେଠୀ। ତାଙ୍କ ସହ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି ମଧ୍ୟ ଧରାପଡ଼ିଛନ୍ତି। ସୁରକ୍ଷାକର୍ମୀ ଜଣକ ଲାଞ୍ଚ ମାଗିବା ସହ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରି ପକାଇଥିଲେ ଭିଜିଲାନ୍ସ କର୍ମୀ।ବଜ୍ରପାତରେ ଗତ ୩୧ ତାରିଖରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟ ଦେବା ପାଇଁ ଅଧିକାରୀ ଓ ସୁରକ୍ଷାକର୍ମୀ […]
ଭିଜିଲାନ୍ସ ଜାଲରେ ପଡ଼ିଗଲେ ଡାକ୍ତରଖାନା ଅଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial