ଭିଜିଲାନ୍ସ ଜାଲରେ ଡାକ୍ତରଖାନା ଅଧିକାରୀ

ଭିଜିଲାନ୍ସ ଜାଲରେ ପଡ଼ିଗଲେ ଡାକ୍ତରଖାନା ଅଧିକାରୀ

ଯାଜପୁର: ଯାଜପୁରର ଦାନଗଦି ସିଏଚ୍‌ସିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତରଖାନା ଅଧିକାରୀ ଡକ୍ଟର ପବିତ୍ର କୁମାର ସେଠୀ। ତାଙ୍କ ସହ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି ମଧ୍ୟ ଧରାପଡ଼ିଛନ୍ତି। ସୁରକ୍ଷାକର୍ମୀ ଜଣକ ଲାଞ୍ଚ ମାଗିବା ସହ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରି ପକାଇଥିଲେ ଭିଜିଲାନ୍ସ କର୍ମୀ।
ବଜ୍ରପାତରେ ଗତ ୩୧ ତାରିଖରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟ ଦେବା ପାଇଁ ଅଧିକାରୀ ଓ ସୁରକ୍ଷାକର୍ମୀ ତାଙ୍କ ପୁଅକୁ ୨୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ବୋଲି ପୁଅ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁରକ୍ଷାକର୍ମୀ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମୀମାନେ ଚଢ଼ାଉ କରି ଉକ୍ତ ଟଙ୍କାକୁ ଜବତ କରିଛନ୍ତି। ଏବେ ଡକ୍ଟର ପବିତ୍ର କୁମାର ସେଠୀଙ୍କର ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରୁଛି। ଏହି ଘଟଣାକୁ ନେଇ ‌‌ଏବେ ଉଭୟ ଡକ୍ଟର ପବିତ୍ର କୁମାର ସେଠୀ ଓ ସୁରକ୍ଷାକର୍ମୀ ଅଭିରାମ କାଣ୍ଡିଙ୍କ ବିରୋଧ‌ରେ ତଦନ୍ତ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ସନ୍ଦେହ ପାଇଁ ଉଜୁଡି ଗଲା ସଂସାର : ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା

Wed Apr 19 , 2023
ସ୍ତ୍ରୀହନ୍ତା ସ୍ବାମୀ ଅଟକ, ଭରତପୁରରେ ଚାଞ୍ଚଲ୍ୟ ଭୁବନେଶ୍ବର: ଭଲ ପାଇ ବାହା ହୋଇଥିଲେ। ପ୍ରେମର ସନ୍ତକ ଭାବେ ପୁତ୍ର ସନ୍ତାନଟିଏ ବି ଆସିଥିଲା ସେମାନଙ୍କ ସଂସାରକୁ। ଏବେ ପୁଅକୁ ଦେଢ଼ ବର୍ଷ। ମାତ୍ର ବେଶି ଦିନ ତିଷ୍ଠିଲାନି ସେମାନଙ୍କ ଭଲ ପାଇବା। ସନ୍ଦେହ ଉଜାଡ଼ିଦେଲା ସେମାନଙ୍କ ସଂସାର। ଶେଷରେ ସ୍ବାମୀ ହାତରେ ଚାଲିଗଲା ସ୍ତ୍ରୀର ଜୀବନ। ତଣ୍ଟି ଚିପି ମାରିଦେଲା ସନ୍ଦେହୀ ସ୍ବାମୀ। ଆଜି ଅପରାହ୍ନରେ ଘଟିଥିବା ଏମିତି ଏକ […]
ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା

ଆହୁରି ପଢ଼ନ୍ତୁ