ଭୁବନେଶ୍ବର : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧକୁ ଅଟକ ରଖିଛି ପୁରୀ ପୁଲିସ। ସିସିଟିଭି ଫୁଟେଜକୁ ଆଧାର କରି ସଂପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯିବା ପରେ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସଂପୃକ୍ତ ବ୍ୟକ୍ତିକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରାପଡ଼ିଥିବା ସୂଚନା ମିଳିଛି।
ଗତ ରବିବାର ରାତିରେ ଶ୍ରୀମନ୍ଦିର ରୋଷଘରର ଚୁଲା ଭଙ୍ଗାଯାଇଥିଲା। କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା। ଦୁର୍ବୃତ୍ତମାନେ କୋଠଭୋଗ, ଅହିରା, ପିଠାଆଡ଼, ସାତପୁରୀ ଚୁଲିକୁ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଯାଇଥିଲା। ବିରୋଧୀ ଦଳମାନେ ଏହାକୁ ନିନ୍ଦା କରିବା ସହ ସରକାରଙ୍କୁ ଘେରିଛନ୍ତି।
Share Now: