ନିମ୍ନମାନର ଖାଦ୍ୟ ବିକ୍ରି : ୭୧ ଫାଷ୍ଟ୍‌ଫୁଡ୍‌ ଦୋକାନିଙ୍କୁ ଜରିମାନା

୭୧ ଫାଷ୍ଟ୍‌ଫୁଡ୍‌ ଦୋକାନିଙ୍କୁ ୩୫ ହଜାର ଜରିମାନା

ବିନା ଲାଇସେନ୍ସରେ ଖାଦ୍ୟ ବିକ୍ରି, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ଉ ଜାରି

ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ହେଉ କିମ୍ବା ଆର୍‌ଏସ୍‌ପି ସହରାଞ୍ଚଳ, ବିଭିନ୍ନ ସ୍ଥାନରେ ଏବେ ଅସଂଖ୍ୟ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌ ଗଢ଼ିଲାଣି। ଏହି ଦୋକାନିମାନେ କିନ୍ତୁ ଖାଦ୍ୟ ନିରାପତ୍ତା ଆଇନକୁ ଆଦୌ ପାଳନ କରୁନାହାନ୍ତି। ଏଭଳି ଦୋକାନିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆର୍‌ଏମ୍‌ସି ପକ୍ଷରୁ ଚଢ଼ଉ, ଯାଞ୍ଚ୍‌ ଆରମ୍ଭ ହୋଇଛି। ଗତ ଦୁଇଦିନ ଭିତରେ ନିୟମ ଉଲ୍ଲଂଘନକରି ବ୍ୟବସାୟ ଜାରି ରଖିଥିବା ମୋଟ୍‌ ୭୧ ଜଣ ଦୋକାନିଙ୍କଠାରୁ ପ୍ରାୟ ୩୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଆଜି ସେକ୍ଟର ଅଞ୍ଚଳରେ ଥିବା ବିଭିନ୍ନ ଫାଷ୍ଟ୍‌ଫୁଡ ଷ୍ଟଲରେ ଚଢ଼ଉ କରାଯାଇଥିଲା। ବିଶେଷକରି ସେକ୍ଟର-୫, ସେକ୍ଟର-୬ ଓ ସେକ୍ଟର-୭ର ମାର୍କେଟ୍‌ ଅଞ୍ଚଳ, ‌ରାସ୍ତା କଡ଼ରେ ଥିବା ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌ରେ ଖାଦ୍ୟର ମାନ ପରୀକ୍ଷଣ କରାଯାଇଥିଲା। ଏହାସହ ସଂପୃକ୍ତ ଦୋକାନିଙ୍କ ଫୁଡ୍‌ ଲାଇସେନ୍ସ ଅଛିନା ନାହିଁ, ପରିମଳ ବ୍ୟବସ୍ଥା, କର୍ମଚାରୀଙ୍କ ସ୍ବଚ୍ଛତା ଆଦି ଅନୁଧ୍ୟାନ କରିଥିଲେ। ତେବେ ୨୫ ଜଣ ଦୋକାନି ନିୟମ ଉଲ୍ଲଂଘନ କରୁଥିବା ଜଣାପଡ଼ିବାରୁ ସେମାନଙ୍କଠାରୁ ପ୍ରାୟ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ଆମ୍ବାଗାନ ଫୁଡ୍‌କୋର୍ଟ ଓ ଆଖପାଖ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ମୋଟ୍‌ ୪୬ ଟି ଫୁଡ୍‌ ଷ୍ଟଲ ତନଖି କରିବାରୁ ସେମାନେ ନିୟମ ଉଲ୍ଲଂଘନ କରୁଥିବା ପ୍ରମାଣିତ ହୋଇଥିଲା। ଏଣୁ ସଂପୃକ୍ତ ଦୋକାନିଙ୍କଠାରୁ ମୋଟ୍‌ ୨୮,୯୦୦ ଟଙ୍କା ଜରିମାନା ଅଦାୟ କରାଯାଇଥିଲା। ଆଗାମୀ ଦିନରେ ଏଭଳି ଚଢ଼ଉକୁ ବ୍ୟାପକ କରାଯିବବୋଲି ବିଭାଗୀୟ ସୂଚନାରୁ ପ୍ରକାଶ। ଆର୍‌ଏମ୍‌ସିର ବରିଷ୍ଠ ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ୱାଗତିକା ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ଦୀକ୍ଷା ଦେ, ମୋନାଳି ବେହେରା, ମୋନାଲିସା ଟପ୍ପୋ ପ୍ରମୁଖ ସାମିଲ ଥିଲେ।

Share Now:

Kalinga News Beuro

Next Post

ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଶବ ଉଠାଇଲେନି ପରିବାର

Thu Nov 3 , 2022
ରାଉରକେଲା: ଟାଟା ପାୱାର ଅଧିକାରୀଙ୍କ ଅବହେଳାରୁ ବିଦ୍ୟୁତ୍‌ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜବାପାନପୋଷର ମନୋଜ ତିର୍କୀ (୨୧)। ଏମିତି ଅଭିଯୋଗ ଆଣିଛନ୍ତି ପରିବାର ଲୋକ ଓ ପଡୋଶୀ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଟାଟା ପାୱାରରେ ନିଯୁକ୍ତି ଦାବି କରିଛନ୍ତି ପରିବାର ଲୋକ। ଯେ ପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି ନ ମିଳିଛି ହସ୍ପିଟାଲରୁ ଶବ […]
କ୍ଷତିପୂରଣ ଦାବିରେ ଶବ ଉଠାଇଲେନି ପରିବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial