ଆହ୍ଲାବାଦ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେବ ହାଥରାସ‌ ଗଣଦୁଷ୍କର୍ମ ହତ୍ୟା ମାମଲାର ସିବିଆଇ ତଦନ୍ତ: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହାଥରାସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ଅନୁଧ୍ୟାନ କରିବେ ଆହ୍ଲାବାଦ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଥରାସ‌ ଗଣଦୁଷ୍କର୍ମ ମାମଲାରେ କୋର୍ଟ‌ ପରିଚାଳନାରେ ତଦନ୍ତ ହେବାକୁ ଦାବି କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ଏହି ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଅନ୍ୟପକ୍ଷେ ହାଥରାସ‌ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦିଲ୍ଲୀ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି। ତେଣୁ କୌଣସି ପ୍ରକାର ଭୁଲ‌ ହେବାର ଭୟ ନ ରହିବା ଉଚିତ‌। ଉଲ୍ଲେଖଯୋଗ୍ୟ ଯେ ହାଥରାସ‌ ଗଣଦୁଷ୍କର୍ମ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ମାମଲାର ତଦନ୍ତକୁ ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ବିଭିନ୍ନ ସାମାଜିକ କର୍ମୀ ଏବଂ ଆଇନଜୀବୀଙ୍କ ଦ୍ବାରା ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା। ‌ଗତ ୧୫ ତାରିଖରେ କୋର୍ଟ ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

Share Now:

Kalinga News Beuro

Next Post

ନକଲି ସାମ୍ବାଦିକଙ୍କ ଗୁମର ଖୋଲୁଛି କମିଶନରେଟ ପୁଲିସ: ଫୁଡ୍‌ ଫ୍ୟାକ୍ଟ୍ରିରୁ ଲକ୍ଷେ ଟଙ୍କା ବଟି ନେଇଥିଲେ

Wed Oct 28 , 2020
ପୁଲିସ ପିଆରଓ ଗୃପରେ ଜମେଇଥିଲେ ଆସ୍ଥାନ ଭୁବନେଶ୍ୱର: କମିଶନରେଟ‌ ପୁଲିସର ‘ଦାଦାବଟିକୁ ନା’ ଯୋଜନାରେ ଫସିଛନ୍ତି ଅଣପଞ୍ଜୀକୃତ ଖବର ପ୍ରସାର ସଂସ୍ଥାର ୬ଜଣ ନକଲି ସାମ୍ବାଦିକ। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁର(ପାତ୍ରପଡ଼ା)ସ୍ଥିତ ଏକ ତେଲ କାରଖାନା ଜ୍ୟୋତି ଟ୍ରେଡର୍ସରୁ ଦାଦାବଟି ମାଗିବା ଅଭିଯୋଗରେ କମିଶନରେଟ‌ ପୁଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ତୁଳସୀପୁରର କାହ୍ନୁ ଚରଣ ନାୟକ(ଟାଇମ୍‌ସ ଓଡ଼ିଆ), ଟଙ୍କପାଣି ରୋଡ୍‌ରେ ରହୁଥିବା ନୃସିଂହ ବେହେରା(ଟାଇମ୍‌ସ […]
ଖୋଲୁଛି ନକଲି ସାମ୍ବାଦିକଙ୍କ ଗୁମର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial