ଲୁଚକାଳି ଖେଳିବା ବାହାନାରେ ୮ବର୍ଷିଅ ନାବାଳିକା ସହ ଦୁଷ୍କର୍ମ କଲେ ୭ଜଣ ନାବାଳକ

ଦୁଷ୍କର୍ମ କଲେ ୭ଜଣ ନାବାଳକ

ଗିରଫ ପରେ କରୋନା ଆକ୍ରାନ୍ତ ଥିବା ୨ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଖେଳିବା ପାଇଁ ଡ଼ାକି ଜଣେ ନାବାଳିକାକୁ ଦୁୁଷ୍କର୍ମ କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ତ୍ରିପୁରାରେ ଘଟିଥିବା ବେଳେ ୭ଜଣ ନାବାଳକ ମିଶି ଦୁଷ୍କର୍ମ ଭଳି ଅପରାଧ କରିଥିବା ଜଣା ପଡ଼ିଛି। ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ କରି ପୁଲିସ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଛି। ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ କିଶୋର ଗୃହକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନା ପଠାଯାଇଛି। ସେମାନେ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ପୀଡିତାଙ୍କ ବାପା ଦେଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାଳକମାନେ ପୀଡ଼ିତାଙ୍କୁ ଲୁଚକାଳି ଖେଳ ଖେଳିବା ପାଇଁ ଡ଼ାକି ନେଇ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା ଜଣାଇବା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ଶନିବାର ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲା। ୭ଜଣ ଅଭିଯୁକ୍ତଙ୍କ ନାଁରେ ଏତଲା ଲେଖାଯାଇଥିବା ବେଳେ ପୁଲିସ ଏବେ ୬ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

Share Now:

Kalinga News Beuro

Next Post

ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

Mon Aug 31 , 2020
ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୨୦୧୯ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ରହିଥିବା […]
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial