ଦୟାନଦୀକୁ ଡେଇଁ ଯୁବକ ନିଖୋଜ

ଦୟାନଦୀକୁ ଡେଇଁ ଯୁବକ ନିଖୋଜ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟସ୍ଥ ଦୟା ନଦୀକୁ ଡେଇଁ ଆଜି ଅପରାହ୍ନରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଜଣେ ଯୁବକ ଦୟା ନଦୀ ନିକଟକୁ ଆସି ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ଛିଡ଼ା ହୋଇଥିଲେ। କିଛି ସମୟ ଏପରି ଛିଡ଼ା ହେବା ପରେ ହଠାତ୍‌ ସେ ଦୟା ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟଲୋକେ ଯୁବକଙ୍କୁ ନଦୀକୁ ଡେଇଁ ପଡ଼ିବା ଦେଖି ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ସଦସ୍ୟ ପହଞ୍ଚି ନଦୀରେ ଯବକଙ୍କୁ ବହୁ ଖୋଜାଖୋଜି କରିିଥିଲେ। ଅନେକ ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ କୌଣସି ସନ୍ଧାନ ମିଳି ପାରି ନଥିଲା। ଘଟଣାସ୍ଥଳରେ ଅଗ୍ନିଶମବାହିନୀର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଯୁବକ ଜଣକ କିଏ, ସେ ଏପରି କାହିଁକି କଲେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

Share Now:

Kalinga News Beuro

Next Post

ସୀମାକୁ ଗଲେ ଅଧିକ ଯବାନ:ବିପୁଳ ଯୁଦ୍ଧାସ୍ତ୍ର ପରିବହନ

Thu Sep 3 , 2020
ଚୀନ, ନେପାଳ, ଭୁଟାନ ସୀମାରେ ସୁରକ୍ଷା ବଢ଼ିଲା ନୂଆଦିଲ୍ଲୀ : ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଚୀନ ସେନା ଦୁଇ ଦିନର ବ୍ୟବଧାନରେ ଦୁଇଥର ଅତିକ୍ରମଣ ଉଦ୍ୟମ କରିଛି। ଦୁଇଥରର ଉଦ୍ୟମକୁ ଭାରତର ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। କିନ୍ତୁ ଚୀନ ସେନାର ଏଭଳି ବଦମାସୀ ଯୋଗୁ ସୀମାରେ ଉତ୍ତେଜନା ଜାରି ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସୀମାରେ ଅଧିକ ସେନା ମୁତୟନ କରିବା […]
Indian Army at Laddakh-2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial