ବିବାହିତା ମହିଳାଙ୍କ ସୁନାଗହଣା ଧରି ପ୍ରେମିକ ଚମ୍ପଟ୍

ମହିଳାଙ୍କ ସୁନାଗହଣା ଧରି ପ୍ରେମିକ ଚମ୍ପଟ୍

୪ବର୍ଷ ଲିଭ୍-ଇନ,ଗର୍ଭପାତ ଓ ଶେଷରେ ଧୋକା

ଭୁବନେଶ୍ବର : ଜଣେ ମହିଳାଙ୍କ ସହ ୪ବର୍ଷ ଲିଭ୍ଇନ୍‌ରେ ରହିବାପରେ ବାହା ହେବ କହି ତାଙ୍କଠାରୁ ସୁନାଗହଣା ନେଇ ଚମ୍ପଟ ମାରିଛି ଧୂର୍ତ୍ତ ପ୍ରେମିକ। ଏହା ସହିତ ବିବାହ କରିବାକୁ ହେଲେ ଗର୍ଭପାତ କରିବାକୁ ହେବ କହି ତାଙ୍କୁ ଧୋକା ଦେଇଛି। ଏଭଳି ପ୍ରତାରଣାର ଶିକାର ହେବା ପରେ ମହିଳା ଜଣକ ଆଜି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକାରିଣୀ ସ୍ବର୍ଣ୍ଣଲତା ପ୍ରଧାନ(୨୯) ହେଉଛନ୍ତି ସାଲିଆସାହି ନୀଳଚକ୍ରନଗରର ବାସିନ୍ଦା। ୪ବର୍ଷ ତଳେ ପଡ଼ୋଶୀ ସୁଶାନ୍ତ ଦାସଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସୁଶାନ୍ତ ସ୍ଥାନୀୟ ଅଞ୍ଚଳରେ ଗାଡ଼ି ଚଳାଉଥିବା ବେଳେ ନୀଳଚକ୍ରନଗରରେ ନିଜ ଭାଇଭାଉଜଙ୍କ ଘରେ ରହୁଥିଲା। ସେମାନଙ୍କ ଭିତରେ ସଂପର୍କ ନିବିଡ଼ ହେବାରୁ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଉଭୟ ଏକ ଘର ଭଡ଼ାନେଇ ଲିଭ୍‌-ଇନ୍ ସଂପର୍କରେ ରହିଥିଲେ। ପ୍ରାୟ ୪ ବର୍ଷ କାଳ‌ ସାଂଗରେ ରହିବା ଭିତରେ ସୁଶାନ୍ତଙ୍କ ଦ୍ବାର ସ୍ବର୍ଣ୍ଣଲତା ଅନ୍ତଃସତ୍ତ୍ଵା ହୋଇଥିଲେ। ମାତ୍ର ଏହା ଜାଣିବା ପରେ ସୁଶାନ୍ତ ତାଙ୍କୁ ଗର୍ଭପାତ କରାଇବାକୁ ବାରମ୍ବାର ଚାପ ଦେଇଥିଲା। ବାପା ଜଣେ ହୃଦ୍‌ରୋଗୀ ହୋଇଥିବାରୁ ଗର୍ଭପାତ ନ କରାଇଲେ ତାଙ୍କୁ ବିବାହ କରିବା ଅସମ୍ଭବ ଏବଂ ପରବର୍ତ୍ତୀ ସମୟରେ ଏହା ବିବାହରେ ସମସ୍ୟା ସୃଷ୍ଟି କରିବ ବୋଲି ସୁଶାନ୍ତ ସ୍ବର୍ଣ୍ଣଲତାଙ୍କୁ ବୁଝାଇଥିଲା। ସୁଶାନ୍ତଙ୍କ କଥାକୁ ବିଶ୍ବାସ କରି ସ୍ବର୍ଣ୍ଣଲତା ଗର୍ଭପାତ କରାଇବା ପରେ ଗତ ୧୫ ଜୁଲାଇରେ ସୁଶାନ୍ତ ତାଙ୍କୁ ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲା। ଏହା ସହିତ ଘରୁ ଯିବା ସମୟରେ ସ୍ବର୍ଣ୍ଣଲତାଙ୍କ ସୁନାହାର, ମୁଦି, କାନଫୁଲ ଓ ଟଙ୍କା ମଧ୍ୟ ନେଇ ଯାଇଥିଲା। ଏ ନେଇ ସ୍ବର୍ଣ୍ଣଲତା ବାରମ୍ବାର ସୁଶାନ୍ତଙ୍କୁ ଫୋନ୍ କରିବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତା’ର ଅନ୍ୟତ୍ର ବିବାହ ଠିକ ହୋଇଯାଇଛି ବୋଲି କହିଥିଲା। ଯଦି ସ୍ବର୍ଣ୍ଣଲତା ଏ ସଂପର୍କରେ ଥାନାରେ ଅଭିଯୋଗ କରନ୍ତି, ତେବେ ତାଙ୍କ ନଗ୍ନ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଦେବ ବୋଲି ଧମକ ମଧ୍ୟ ଦେଇଥିଲା ବୋଲି ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ପୁଲିସ ଘଟଣା ସଂପର୍କରେ କହିଛି ଯେ ପୀଡ଼ିତା ପୂର୍ବରୁ ବିବାହିତା। ତାଙ୍କର ବିବାହ ବିଚ୍ଛେଦ ପରେ ସେ ସୁଶାନ୍ତଙ୍କ ସହ ସ୍ବଇଚ୍ଛାରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବାକୁ ପୁଲିସ ଉଦ୍ୟମ କରୁଛି।

Share Now:

Kalinga News Beuro

Next Post

ରାଜଧାନୀରେ ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌

Fri Jul 30 , 2021
ଭୁବନେଶ୍ବର : ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌(ଡିଇଏନ୍‌ଭି-୨ ବା ଡେଙ୍ଗୁ ଭାଇରସ-୨)କୁ ଭୁବନେଶ୍ବରରେ ଠାବ କରାଯାଇଛି। ଏହାସହ ଡି-୧ ଓ ଡି-୨ ଷ୍ଟ୍ରେନ୍‌ର ସହ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ହଠାତ୍ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଏହି ଡି-୨ ଷ୍ଟ୍ରେନ୍‌ ରହିଥିବା କୁହାଯାଉଛି। ଏହି ଷ୍ଟ୍ରେନ୍‌ ଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ। ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ ବା ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ୫୬ […]
ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial