ମାଛଗାଁ କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ମାଛଗାଁ କେନାଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର: ଗତ ରବିବାରଠାରୁ ନିଖୋଜ ଥିବା ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ବଡ଼ବାଗ ଗାଁର ରମେଶ ସାହୁଙ୍କ ପୁଅ ରାମଚନ୍ଦ୍ର ସାହୁଙ୍କ ମୃତଦେହ ଆଜି କଲେଜ ଛକ ନିକଟ ମାଛଗାଁ କେନାଲରୁ ମିଳିଛି। ରବିବାର ଦିନ ବଡ଼ବାଗର କେଶବ ବେହେରାଙ୍କ ଘରେ ଭୋଜି ହୋଇଥିଲା। ସେଠାରେ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରା ଓ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତେବେ ଉକ୍ତ ରାତିରେ କୌଣସି କାରଣ ପାଇଁ ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୁଲିସ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରାକୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ ଆଜି ସକାଳେ ମାଛଗାଁ କେନାଲରେ ଏକ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକ ଦେଖିଥିଲେ। ଆଉ ଏହା ପରେ ସେମାନେ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲା। ରବିବାରଠାରୁ ନିଖୋଜ ଥିବା ରାମଚନ୍ଦ୍ରଙ୍କର ମୃତଦେହ ବୋଲି ଜଣାପଡିବା ପରେ ପୁଲିସ ଏବେ ତଦନ୍ତ କରୁଛି। ତେବେ ରବିବାର ଦିନ ଆୟୋଜିତ ଭୋଜିରେ କଣ ସବୁ ଘଟଣା ଘଟିଥିଲା ଓ କିଭଳି ରାମଚନ୍ଦ୍ରଙ୍କର ମୃତ୍ୟୁ ହେଲା ପୁଲିସ ସେ ନେଇ ତଦନ୍ତ କରୁଛି।

Share Now:

Kalinga News Beuro

Next Post

କିଡ୍‌ନି ପ୍ରତିରୋପଣ ପାଇଁ ଏମ୍ସ ପ୍ରସ୍ତୁତ : ଅନୁମତି ପାଇଁ ଡିଏମ୍‌ଇଟିରେ ଆବେଦନ କରାଯିବ

Wed Oct 20 , 2021
ଭୁବନେଶ୍ବର: କିଡ୍‌ନି ପ୍ରତିରୋପଣ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ବର ଏମ୍ସ। ଏଥିପାଇଁ ଖୁବଶୀଘ୍ର ଡିଏମ୍‌ଇଟିଙ୍କ ନିକଟରେ ଆବେଦନ କରାଯିବ। ପୂର୍ବରୁ ଥରେ ଏଥିପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଆବଶ୍ୟକ କିଛି କାଗଜପତ୍ର ଦିଆଯାଇ ନ ଥିବାରୁ ଏହାକୁ ଫେରାଇ ଦିଆଯାଇଥିଲା। ଏବେ ସେହି ସର୍ତ୍ତ ପୂରଣ ସହିତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହୋଇ ସାରିଛି। ତେଣୁ ସବୁକିଛି ଠିକ୍‌ଠାକ୍ ରହିଲେ ଏଥର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି। ସରକାରୀ […]
ଭୁବନେଶ୍ବର ଏମ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial