କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ : ବନ୍ଧା ହେଲେ ଇଂରାଜୀ ଶିକ୍ଷକ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ସ୍କୁଲରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଶୀ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରର ଆପତ୍ତିଜନକ ସ୍ଥାନରେ ହସ୍ତଚାଳନା କରିଥିଲେ। ଏନେଇ ଛାତ୍ରୀଜଣଙ୍କ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ପରେ ନିଜର ପିତାମାତାଙ୍କୁ କହିଥିଲେ। ଏହାପରେ ଅଭିଭାବକମାନଙ୍କ ସହ ମିଶି ଘଟଣା ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟକ୍ଷଙ୍କ ଲିଖିତ ଅଭିଯୋଗ ଆଧାରରେ ବରେଇପାଲି ଥାନା ପୁଲିସ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ଉଠାଇଆଣି ଥାନାରେ ଅଟକ ରଖି ପଚରାଉଚରା କରିଛି। ପୁଲିସ ଆଗରେ ଶିକ୍ଷକ ନିଜର ଦୋଷ ସ୍ୱୀକାର କରିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ : ଭୁଜାଲି ଆକ୍ରମଣରେ ବାପ ଓ ନାବାଳିକା ଗୁରୁତର

Thu Nov 30 , 2023
ସୋର: ଏକତରଫା ପ୍ରେମକୁ ନେଇ ଜଣେ ଯୁବକର ଭୁଜାଲି ଆକ୍ରମଣରେ ବାପା ଓ ନାବାଳିକା ଝିଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋପାଳପୁର ଥାନା କଲ୍ୟାଣୀ ପଞ୍ଚାୟତ ଭିର୍ଲା ଗ୍ରାମର ଜଣେ ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସ୍କୁଲ ଯାଉଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକ ତାଳପଦା ଗ୍ରାମର ମାଉଁ ମଳିକଙ୍କ ପୁଅ ନବୀନ ମଳିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial