ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ଜେରା

ଡିଏଫଓଙ୍କୁ ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରିବାକୁ ଆଜି ଡିଏଫଓ ଅଫିସରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଓ ପୁଲିସ। ଏହି ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଏପରିିକି ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ଥିବା ନେଇ ବି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।
ଏସବୁ ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରୁଛି ପୁଲିସ ଓ କ୍ରାଇମବ୍ରାଞ୍ଚ। ଡିଏଫଓ ଆଜି ଅଫିସ ଆସିବା ପାଇଁ ପୁଲିସକୁ ସୁରକ୍ଷା ମାଗିଥିଲେ। ସୌମ୍ୟଙ୍କ ମୃତ୍ୟୁ ପରେ ଡିଏଫଓଙ୍କ କିଛି ଦିନ ଧରି ଖୋଜ ଖବର ନଥିଲା ଏବଂ ସେ ଅଫିସ ମଧ୍ୟ ଆସୁନଥିଲେ। ପୂର୍ବରୁ ଡିଏଫଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ କି ଏହି ମାମଲାରେ ତାଙ୍କର କୌଣସି ହାତ ନାହଁ ଏବଂ ସୌମ୍ୟଙ୍କ ସହ ତାଙ୍କର ଅଫିସ ସମ୍ପର୍କିତ ସମ୍ପର୍କ ରହିଥିଲା।

Share Now:

Kalinga News Beuro

Next Post

ଚଳନ୍ତା ଟ୍ରେନରୁ ଶିଶୁକୁ ଫିଙ୍ଗି ଦେଲା ମା' : ଡେଇଁପଡ଼ି ବାପା ବଞ୍ଚାଇଲେ ଜୀବନ

Fri Jul 23 , 2021
ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମା’ ନିଜ ଶିଶୁକୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲା। ଏତିକି ବେଳେ ବାପା ଟ୍ରେନରୁ ଡେଇଁ ଶିଶୁର ଜୀବନ ବଞ୍ଚାଇଥିଲେ। ଏଭଳି ଏକ ଘଟଣା ଯମୁନାପାରର ଛିବକି ଜଙ୍କସନରେ ଘଟିଛି। ଘଟଣାସ୍ଥଳରେ ଆରପିଏଫ ଓ ଜିଆରପି ଫୋର୍ସ ଉପସ୍ଥିତ ଥିଲେ। ଆରପିଏଫ ଓ ଜିଆରପି ଆହତ ଶିଶୁକୁ ତାର ପିତାଙ୍କ ସହିତ ହସ୍ପିଟାଲ ପଠାଇଥିଲେ। ଡାକ୍ତର ଶିଶୁକୁ […]
ବାପା ବଞ୍ଚାଇଲେ ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial