ଏସଟିଏଫ୍ ହାତରେ ଧରାପଡ଼ିଲା ଉଚ୍ଚଶିକ୍ଷିତ ଠକ : କୋଟିଏରୁ ଅଧିକ ଟଙ୍କା ଠକିଥିବାର ଅଭିଯୋଗ

ଧରାପଡ଼ିଲା ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର: ଏସଟିଏଫ୍ ହାତରେ ଧରାପଡ଼ିଛି ଏକ ବଡ଼ ଠକ। ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ ସେ ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗୁଥିବାର ଅଭିଯୋଗ ଆସିବା ପରେ ସେ ଧରାପଡ଼ିଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ନାଆଁ ହେଲୋ ମନୋଜ ମାଝୀ। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ।
ଏହାଛଡ଼ା ଚାକିରି କରାଇବା ନାଁରେ ମନୋଜ ମାଝୀ ବି କୋଟିଏରୁ ଅଧିକ ଟଙ୍କା ଠକିଥିବାର ଅଭିଯୋଗ ହୋଇଛି। ଆଜି ଏସଟିଏଫ୍ ତାଙ୍କୁ କୃଷ୍ଣପ୍ରସାଦରୁ ଗିରଫ କରିଛି। ସେ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କଠାରୁ ଠକିଥିବା ଅଭିଯୋଗ ହୋଇଛି। ମନୋଜ ମାଝୀଙ୍କ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି। ଗିରଫ ହେବା ପରେ ମନୋଜ ମାଝୀ ସ୍ୱୀକାର କରିଛନ୍ତି ଯେ ସେ ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ କେତେକ ସରକାରୀ ଅଧିକାରୀ ଓ ଠିକାଦାରଙ୍କୁ ବି ଠକିଛନ୍ତି। ମନୋଜ ମାଝୀ ଜଣେ ଉଚ୍ଚଶିକ୍ଷିତ ବୋଲି ଜଣାଯାଇଛି। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସହ ସେଠାରୁ ପିଏଚଡି ଡିଗ୍ରି ମଧ୍ୟ ହାସଲ କରିଛନ୍ତି।

Share Now:

Kalinga News Beuro

Next Post

ଭଡ଼ା ଘରେ ଚାଲିଛି ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟ : କୋଟିଏରେ ଗଢ଼ିଥା’ନ୍ତେ, ୫କୋଟି ଗଣିଲେଣି

Sun May 7 , 2023
ଭୁବନେଶ୍ୱର: ୨୦୧୨ ମସିହାରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହେଲା। ଓଡ଼ିଶାରେ ଥିବା ଅନ୍ୟ ସବୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ୟୁନିଟ୍‌ର ମୁଖ୍ୟ କାର୍ଯ୍ୟାଳୟ ଭାବେ ଏହା କାର୍ଯ୍ୟକଲା। ଏଥିରେ ଜଣେ ମୁଖ୍ୟ ଆଞ୍ଚଳିକ ଅଧିକାରୀ ନିୟୋଜିତ ହେଲେ। କେନ୍ଦ୍ରସହ ଯୋଗସୂତ୍ର ରକ୍ଷା କରି ସମସ୍ତ ପ୍ରକଳ୍ପକୁ ପରିଚାଳନା କଲେ। ରାଜ୍ୟସ୍ତରୀୟ ସମସ୍ତ ପ୍ରକଳ୍ପର ଟେଣ୍ଡର୍‌ଠୁ ଆରମ୍ଭ କରି ରକ୍ଷଣାବେକ୍ଷଣା ସବୁର ମଞ୍ଜୁରି ଏହି କାର୍ଯ୍ୟାଳୟ […]
ଭଡ଼ା ଘରେ ଚାଲିଛି ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial