ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ମାମଲା: ବ୍ଲାକମେଲ କରୁଥିଲେ ପୁରୁଷ ବନ୍ଧୁ

ଶ୍ଵେତାଙ୍କ ଆତ୍ମହତ୍ୟା ମାମଲା

ଭୁବନେଶ୍ବର: ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ଯେ ବ୍ଲାକମେଲ କରିବାରୁ ଝିଅ ଶ୍ଵେତା ଆତ୍ମହତ୍ୟା କରିଛି। ଏହି ଅଭିଯୋଗ ଆଧାରରେ ୩୦୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ଡାଏରିରେ ପୁରୁଷ ବନ୍ଧୁ ସୌମ୍ୟଜିତ ନାମକ ଜଣେ ଇଞ୍ଜିନିଅରଙ୍କୁ ଭଲ ପାଉଥିଲେ ବୋଲି ଶ୍ଵେତା ଉଲେଖ କରିଥିଲେ। ସୌମ୍ୟଜିତ ମହାପାତ୍ରଙ୍କ ଘର ସମ୍ବଲପୁର ବୋଲି ଜଣାଯାଇଛି। ସେ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଇଞ୍ଜିନିଅର ଭାବେ କାମ କରନ୍ତି। ଖୁବ ଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ ପଚରାଉଚରା କରିବ ପୁଲିସ।
ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କାରଣ ତଦନ୍ତ ବେଳେ ଆପାର୍ଟମେଣ୍ଟ ଫ୍ଲାଟରୁ ଏକ ଡାଏରି ଜବତ ହୋଇଛି। ତେବେ ଆପାର୍ଟମେଣ୍ଟରେ ଶ୍ବେତା ୩ଜଣ ସାଙ୍ଗଙ୍କ ସହ ରହୁଥିଲେ। ଅନ୍ୟମାନେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକ ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ ବି ସେମାନେ କିଛି ସିଠିକ୍ ତଥ୍ୟ ଦେଇପାରିନଥିଲେ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ମୋବାଇଲ୍ ଟ୍ରାକିଂ କରି ପୁଲିସ ଶ୍ୱେତାଙ୍କ ସନ୍ଧାନ ପାଇଥିଲା। ଆଉ କବାଟ ଭାଙ୍ଗି ଶ୍ୱେତାଙ୍କ ମୃତଦେହ ଜବତ କରିଥିଲା। ପୁଲିସ ତାଙ୍କ ମୋବାଇଲ ଜବତ କରି ହ୍ବାଟ୍ସଆପ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆର ଚାଟ୍ ଯାଞ୍ଚ କରୁଛି। ଯାଞ୍ଚ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ଲାଞ୍ଚ ନେଇ ଧରାପଡ଼ିଲେ ବିଏମସି ଟ୍ୟାକ୍ସ କଲେକ୍ଚର

Mon Aug 22 , 2022
ଭୁବନେଶ୍ବର: ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜ ପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। […]
ବିଏମସି ଟ୍ୟାକ୍ସ କଲେକ୍ଚର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial