ଟାଟା ନିଯୁକ୍ତି ଜାଲିଆତି ଘଟଣା: ଯାଞ୍ଚ ପାଇଁ ଆକାଶଙ୍କ ଦସ୍ତଖତ ନମୁନା ନେବ କମିଶନରେଟ ପୋଲିସ

ଟାଟା ନିଯୁକ୍ତି ଜାଲିଆତି

ଭୁବନେଶ୍ୱର: ଆକାଶ ପାଠକଙ୍କ ଟାଟା ନିଯୁକ୍ତି ଜାଲିଆତି ନେଇ ତନାଘନା ଚଳାଇଛି କମିଶନରେଟ ପୋଲିସ। ଏଥିପାଇଁ ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସ କୋର୍ଟରେ ଆବେଦନ କରିବ। ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଆକାଶଙ୍କୁ ରିମାଣ୍ଡରେ ଆଣି ତାଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ। ସେହି ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇ ଆପଏଣ୍ଟମେଣ୍ଟ ଲେଟରରେ ଥିବା ଦସ୍ତଖତ ସହ ମେଳକ କରାଯିବ। ଟାଟା ନାଁରେ ଆକାଶ ବାଣ୍ଟିଥିବା ନିଯୁକ୍ତିପତ୍ର ସହ ଦସ୍ତଖତର ମେଳକ ହେବ। ଟାଟାରେ ଚାକିରି କରାଇଦେବାକୁ କହି ଆକାଶ ବହୁ ଯୁବକ ଯୁବତୀଙ୍କୁ ଠକିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି। ଚାକିରି ଦେବାର ଲୋଭ ଦେଖାଇ ସେ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ଆକାଶ ପାଠକ ଟାଟାର କର୍ମଚାରୀ ନୁହଁନ୍ତି ବୋଲି ପୂର୍ବରୁ ସ୍ପଷ୍ଟୀକରଣ ରଖିଛି ଟାଟା। ଟାଟା ମୋଟର୍ସ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସୁଦୀପ ଭାଲ୍ଲା କହିଥିଲେ ଯେ, ଆକାଶ କୁମାର ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି। ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ଟଙ୍କା ଆଦାୟ ଅଭିଯୋଗ ଥିଲା। ଏନେଇ କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ହୋଇଥିବା ଭାଲ୍ଲା କହିଥିଲେ।

Share Now:

Kalinga News Beuro

Next Post

ଇବ୍‌ ନଦୀକୁ ଛତିଶଗଡ଼ର କବ୍‌ଜା: ତେଲିଯୋର ଗାଁ ଲୋକଙ୍କୁ ଇବ୍‌ ପାଣି ମନା

Wed Dec 9 , 2020
ଥାନାରେ ଏତଲା ଦେଲେ ସ୍ଥାନୀୟ ଅଧିବାସୀ ସୁନ୍ଦରଗଡ଼: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆ ଗ୍ରାମପୁଞ୍ଜ ଓ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗାଁରେ ଆନ୍ଧ୍ରର ଦାଦାଗିରି ପରି ସୁନ୍ଦରଗଡ଼ରେ ଓଡ଼ିଶା- ଛତିଶଗଡ଼ ସୀମା ବିବାଦ ଆରମ୍ଭ ହୋଇଛି। ତେବେ ଏଠାରେ ଗାଁକୁ ନେଇ ନୁହେଁ, ପାଣିକୁ ନେଇ ଚାଲିଛି ବଳ କଷାକଷି। ଛତିଶଗଡ଼ରୁ ବୋହି ଆସିଥିବା ଇବ୍‌ ନଦୀ ଉପରେ ପଡ଼ୋଶୀ ରାଜ୍ୟ ସରକାର ବନ୍ଧ ବାନ୍ଧି ଏକ ପ୍ରକାର […]
ଇବ୍‌ ନଦୀକୁ ଛତିଶଗଡ଼ର କବ୍‌ଜା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial