କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରୁ ଚୋରି ଉଦ୍ୟମ

କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରୁ ଚୋରି ଉଦ୍ୟମ

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରୁ ଚୋରି ଉଦ୍ୟମ ହୋଇଛି। ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ବିଧାୟକ ଶ୍ରୀ ମିଶ୍ର ମଧ୍ୟାହ୍ନଭୋଜନ ପରେ ବିଶ୍ରାମ ନେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ କ୍ବାର୍ଟର୍‌ ପାଚେରି ଡେଇଁ ଭିତରେ ପଶିଥିଲେ। ଜିନିଷପତ୍ର ନେବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ସାମଗ୍ରୀ ତଳେ ପଡ଼ିଯିବାରୁ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ୍‌ କନେଷ୍ଟବଳ ଓ ଶ୍ରୀ ମିଶ୍ରଙ୍କ କର୍ମଚାରୀମାନେ ଦୁର୍ବୃତ୍ତଦ୍ବୟଙ୍କୁ ପାଟି କରି ଗୋଡ଼ାଇଥିଲେ ହେଁ ସେମାନେ ପଳାଇଥିଲେ। ଏ ନେଇ ଶ୍ରୀ ମିଶ୍ର କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ଉତ୍ତରାଖଣ୍ଡ ଗ୍ଲାସିୟର ବିପର୍ଯ୍ୟୟ : ୫୬ ଶବ ଉଦ୍ଧାର, ୧୪୮ ଏବେ ବି ନିଖୋଜ

Tue Feb 16 , 2021
ଡେରାଡୁନ୍ : ଉତ୍ତରାଖଣ୍ଡରେ ଗ୍ଲାସିୟର ଫାଟିବାରୁ ଆସିଥିବା ଅଚାନକ ବନ୍ୟାରେ ମୃତ୍ୟୁ ସଂଖ୍ୟା ଆଜି ୯ମ ଦିନରେ ୫୬ରେ ପହଞ୍ଚିଛି ଏବଂ ନିଖୋଜଙ୍କ ସଂଖ୍ୟା ୧୪୮ ରହିଛି। ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ଏହି ବନ୍ୟାରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ଏହାର ଟନେଲ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ବିଶାଳ ଅଭିଯାନ ଜାରି ରହିଛି। ତେବେ ଟନେଲରେ ଆଉ କେହି ଜୀବିତ ଥିବା ଆଶା କ୍ଷୀଣ ବୋଲି […]
ଉତ୍ତରାଖଣ୍ଡ ଗ୍ଲାସିୟର ବିପର୍ଯ୍ୟୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial