ଉତ୍ତରାଖଣ୍ଡ ଗ୍ଲାସିୟର ବିପର୍ଯ୍ୟୟ : ୫୬ ଶବ ଉଦ୍ଧାର, ୧୪୮ ଏବେ ବି ନିଖୋଜ

ଉତ୍ତରାଖଣ୍ଡ ଗ୍ଲାସିୟର ବିପର୍ଯ୍ୟୟ

ଡେରାଡୁନ୍ : ଉତ୍ତରାଖଣ୍ଡରେ ଗ୍ଲାସିୟର ଫାଟିବାରୁ ଆସିଥିବା ଅଚାନକ ବନ୍ୟାରେ ମୃତ୍ୟୁ ସଂଖ୍ୟା ଆଜି ୯ମ ଦିନରେ ୫୬ରେ ପହଞ୍ଚିଛି ଏବଂ ନିଖୋଜଙ୍କ ସଂଖ୍ୟା ୧୪୮ ରହିଛି। ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ଏହି ବନ୍ୟାରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ଏହାର ଟନେଲ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ବିଶାଳ ଅଭିଯାନ ଜାରି ରହିଛି। ତେବେ ଟନେଲରେ ଆଉ କେହି ଜୀବିତ ଥିବା ଆଶା କ୍ଷୀଣ ବୋଲି କୁହାଯାଉଛି। ତପୋବନ ଟନେଲର ପ୍ରାୟ ୭୦ ମିଟର ଅଞ୍ଚଳ ସଂପୂର୍ଣ୍ଣ ପୋତି ହୋଇଯାଇଛି ଏବଂ ସେହି ଧ୍ବଂସାବଶେଷ ଭିତରେ ଫସିଥିବା ଲୋକଙ୍କର ସନ୍ଧାନ ଚାଲିଛି। କାଦୁଅ ଓ ପଙ୍କରେ ପୋତି ହୋଇଯାଇଥିବା ଟନେଲ୍‌ରେ ଆଗକୁ ବଢ଼ିବା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରୁ ଖୋଦେଇ ଆରମ୍ଭ କରି ଉଦ୍ଧାରକାରୀ ଦଳ ଟନେଲ୍‌ରେ ପଶିଛନ୍ତି। ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ୫୬ ଶବରୁ କେବଳ ୨୯ଟିର ପରିଚୟ ମିଳିଛି। ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ ଆଜି ଉଦ୍ଧାର ହୋଇଥିବା ୩ଟି ଶବକୁ ଚିହ୍ନଟ କରାଯାଇ ପାରିନାହିଁ। ଉଦ୍ଧାର କାର୍ଯ୍ୟ ଆଉ ୪ ଦିନ ଚାଲିବ ବୋଲି ସେ କହିଛନ୍ତି। ଅଚାନକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ପ୍ରାୟ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ତପୋବନ ଅଞ୍ଚଳରେ ସର୍ବାଧିକ ବିପର୍ଯ୍ୟୟ ଘଟିଥିବାରୁ ସେଠାରେ ଚଳିତ ମାସ ତମାମ ଥଇଥାନ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ କହିଛି।

Share Now:

Kalinga News Beuro

Next Post

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ

Tue Feb 16 , 2021
ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ ରାଉରକେଲା : ଇସ୍ପାତ ସହର ରାଉରକେଲାରେ ଆଜି ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବେ। ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪, ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର […]
ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial