ଠେଙ୍ଗାରେ ପିଟି ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗି ନିଲମ୍ବିତ ହେଲେ ଜେଲର୍‌

ନିଲମ୍ବିତ ହେଲେ ଜେଲର୍‌

ଭୁବନେଶ୍ୱର : ଜାମୁଝରି ମୁକ୍ତାକାଶ ଜେଲରେ ଘଟିଛି ଏକ ଅଭାବନୀୟ ଘଟଣା। ଠେଙ୍ଗାରେ ପିଟି ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଛନ୍ତି ଜେଲର। ଏ ନେଇ ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବନ କରିଛି ଜେଲ ବିଭାଗ। ନିଲମ୍ବନ ସହ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସୂଚନା ରହିଛି ଯେ ସୁପରିଟେଣ୍ଡେଣ୍ଟ ଅଶୋକ ବେହେରାଙ୍କୁ ଆକ୍ରମଣ କରିଥିଲେ କେଦାରନାଥ। ଏହାପରେ କେଦାରଙ୍କୁ ନିଲମ୍ବିତ କରିବା ସହ କୋରାପୁଟ ସର୍କଲ ଜେଲକୁ ବଦଳି କରାଯାଇଛି।
ଏ ନେଇ ସୂଚନା ଦେଇ ଜେଲ୍‌ ଜିଡି ମନୋଜ ଛାବ୍ରା କହିଛନ୍ତି କି, ‘ଦୁଇ ଜଣ ଜେଲରଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ତାହାର ତଦନ୍ତ ରିପୋର୍ଟ ଏବେ ହସ୍ତଗତ ହୋଇଛି। ତାଙ୍କ ଭିତରୁ ଜଣେ ଜେଲର ମଦ୍ୟପାନ କରିଥିଲେ। ମଦ୍ୟପାନ କରି ଦୁର୍ବ୍ୟବହାର କରିବା କାରଣରୁ ଗଣ୍ଡ‌ଗୋଳ ଉପୁଜିଥିଲା। ପ୍ରାରମ୍ଭିକ୍ ରିପୋର୍ଟ ଆସିବା ପରେ ଜେଲରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ କୋରାପୁଟକୁ ପଠାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ସେ ସେଇଠାରେ ରହିବେ। ତଦନ୍ତ ଶେଷ ହେବା ପରେ ଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

Share Now:

Kalinga News Beuro

Next Post

ଗୋଡ଼ର ଚିକିତ୍ସା ପାଇଁ ଯାଇଥିବା ରୋଗୀଙ୍କ ପେଟ ସିଲେଇ କରିଦେଲେ ଡାକ୍ତର

Thu Jul 6 , 2023
ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଅବହେଳାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଗୋଡ଼ର ଚିକିତ୍ସା କରିବା ବଦଳରେ ଡାକ୍ତର ତାଙ୍କ ପେଟର ଅସ୍ତ୍ରୋପଚାର କରିଦେ‌ଇଥିବା ଅଭିଯୋଗ ହୋଇଛି। ପୀଡିତ ଏ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ବି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଜିଲ୍ଲା ହସ୍ପିଟାଲର ସିଏମଏସ ଡାକ୍ତର ମହେନ୍ଦ୍ର ମୌର୍ଯ୍ୟ ଦେଇଥିବା ପ୍ରତିକ୍ରିୟା ଆହୁରି ଆଶ୍ଚର୍ଯ୍ୟଚକିତ କରିଲା […]
ଗୋଡ଼ର ଚିକିତ୍ସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial