ଗୋଡ଼ର ଚିକିତ୍ସା ପାଇଁ ଯାଇଥିବା ରୋଗୀଙ୍କ ପେଟ ସିଲେଇ କରିଦେଲେ ଡାକ୍ତର

ଗୋଡ଼ର ଚିକିତ୍ସା

ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଅବହେଳାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଗୋଡ଼ର ଚିକିତ୍ସା କରିବା ବଦଳରେ ଡାକ୍ତର ତାଙ୍କ ପେଟର ଅସ୍ତ୍ରୋପଚାର କରିଦେ‌ଇଥିବା ଅଭିଯୋଗ ହୋଇଛି। ପୀଡିତ ଏ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ବି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଜିଲ୍ଲା ହସ୍ପିଟାଲର ସିଏମଏସ ଡାକ୍ତର ମହେନ୍ଦ୍ର ମୌର୍ଯ୍ୟ ଦେଇଥିବା ପ୍ରତିକ୍ରିୟା ଆହୁରି ଆଶ୍ଚର୍ଯ୍ୟଚକିତ କରିଲା ଭଳି ରହିଛି। ଡାକ୍ତର କହିଥିଲେ, ‘ଏହି ରୋଗୀଙ୍କ ଗୋଡ଼‌ରେ ନନ ହିଲିଙ୍ଗଂ ଅଲସର ରହିଛି। ଯାହାର ଚିକିତ୍ସା ପ୍ଲାଷ୍ଟିକ ସର୍ଜନ କରିବେ।’
ସିଏମଏସ ଡାକ୍ତର ମହେନ୍ଦ୍ର ମୌର୍ଯ୍ୟ ଏହା ବି କହିଛନ୍ତି କି, ପୀଡ଼ିତଙ୍କ ପେଟର ଅସ୍ତ୍ରୋପଚାର ହସ୍ପିଟାଲରେ ହୋଇନାହିଁ। ରୋଗୀ ନିଜ ପେଟକୁ ଛୁରୀରେ ନିଜେ ଆଘାତ ଦେଇଥିଲେ। ଏହି ଆଘାତକୁ ସିଲେଇ କରାଯାଇଛି। କାରଣ ପୀଡିତ ରାଜକୁମାର ଗୋଡ଼ର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା। ସେ କିନ୍ତୁ ଯିବାକୁ ଚାହିଁ ନଥିଲେ। ସିଷ୍ଟର ତାଙ୍କ ସମସ୍ତ କାଗଜପତ୍ର ଜମା କରି ଦେଇ ହସ୍ପିଟାଲରୁ ଯିବାକୁ କହିଥି‌ଲେ।ଏହି କାରଣକୁ ନେଇ ସେ ସିଷ୍ଟରଙ୍କୁ ଗାଳିଗୁଲଜ କରିବା ସହିତ ସିଷ୍ଟରଙ୍କ ରୁମ‌ରେ ଥିବା ଏକ ଛୁରୀକୁ ଧରି ନିଜ ପେଟରେ ଆଘାତ ଦେଇଥିଲେ। ମୁଁ ଏହି ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜରୁରୀକାଳିନ ପରିସ୍ଥିତିରେ ରାଜକୁମାରଙ୍କ ପେଟ ସିଲେଇ କରିଥିଲି।’ ତେବେ ରୋଗୀ ଜଣକ ପେଟରେ ଛୁରୀରେ ଆଘାତ କରିଥିବା ଘଟଣା ଜଣାପଡିବା ପରେ ସେ ପୁଲିସର କାହିଁକି ସୂଚନା ଦେଲେ ନାହିଁ ବୋଲି ପ୍ରଶ୍ନ କରାଯିବାରୁ ଡାକ୍ତର ଉତ୍ତର ଦେଇ ପାରି ନଥିଲେ। ଏହି ଘଟଣାକୁ ନେଇ ରୋଗୀ ସତ କହୁଛନ୍ତି ନା ଡାକ୍ତର ତାହାକୁ ନେଇ ତଦନ୍ତ ଜାରି ରହିଛି। ପୁଲିସ ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ ବି ଯାଞ୍ଚ କରୁଛି।

Share Now:

Kalinga News Beuro

Next Post

ବିଶ୍ୱକପରେ ଆଫଗାନିସ୍ତାନକୁ ସାମନା କରିବାକୁ ଡରୁଛି ପାକିସ୍ତାନ

Thu Jul 6 , 2023
ନୂଆଦିଲ୍ଲୀ: ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ସମସ୍ତେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। କିନ୍ତୁ ଭାରତ ନୁହେଁ, ଆଉ ଏକ ପଡ଼ୋଶୀ ଦେଶକୁ ସମ୍ମୁଖୀନ ହେବାକୁ ଡରୁଛି ପାକିସ୍ତାନ। ସେହିଦେଶ ହେଉଛି ଆଫଗାନିସ୍ତାନ। ଆଫଗାନିସ୍ତାନ କ୍ରିକେଟ ଜଗତରେ ଅପେକ୍ଷାକୃତ ନୂଆଦେଶ […]
ବିଶ୍ବକପରେ ଏହି ଦେଶକୁ ସାମନା କରିବାକୁ ଡରୁଛି ପାକିସ୍ତାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial