ବିଶ୍ୱକପରେ ଆଫଗାନିସ୍ତାନକୁ ସାମନା କରିବାକୁ ଡରୁଛି ପାକିସ୍ତାନ

ବିଶ୍ବକପରେ ଏହି ଦେଶକୁ ସାମନା କରିବାକୁ ଡରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ସମସ୍ତେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। କିନ୍ତୁ ଭାରତ ନୁହେଁ, ଆଉ ଏକ ପଡ଼ୋଶୀ ଦେଶକୁ ସମ୍ମୁଖୀନ ହେବାକୁ ଡରୁଛି ପାକିସ୍ତାନ। ସେହିଦେଶ ହେଉଛି ଆଫଗାନିସ୍ତାନ। ଆଫଗାନିସ୍ତାନ କ୍ରିକେଟ ଜଗତରେ ଅପେକ୍ଷାକୃତ ନୂଆଦେଶ ହୋଇଥିଲେ ବି ଅଳ୍ପକିଛି ବର୍ଷ ମଧ୍ୟରେ ଏହା ନିଜକୁ ପ୍ରତିଷ୍ଠିତ କରିପାରିଛି। ବିଶେଷକରି ଆଫଗାନିସ୍ତାନର ସ୍ପିନ ଆକ୍ରମଣ ବିଶ୍ୱର ସବୁଠାରୁ ଘାତକ। ଏହି କାରଣରୁ ବିଶ୍ୱକପ୍ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପୂର୍ବରୁ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚର ଭେନ୍ୟୁ ପରିବର୍ତ୍ତନ କରିବାକୁ ଆଇସିସିକୁ ଦାବି କରିଥିଲା ପାକିସ୍ତାନ। କିନ୍ତୁ ଆଇସିସି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ଦଳର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର ମଧ୍ୟ ସ୍ୱୀକାର କରିଛନ୍ତି ଯେ ଭେନ୍ୟୁ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା।
ସିଡ୍ୟୁଲ ଅନୁସାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଚେନ୍ନାଇର ଚିପକରେ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ଖେଳ ହେବ। କିନ୍ତୁ ପାକିସ୍ତାନ ଚିପକ ପରି ସ୍ପିନ ପିଚରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଚାହୁଁନାହିଁ। କାରଣ ଆଫଗାନିସ୍ତାନର ସ୍ପିନ ଆକ୍ରମଣ ଏବେ ବିଶ୍ୱରେ ଏକ ଶ୍ରେଷ୍ଠ ସ୍ପିନ ଆକ୍ରମଣ ବୋଲି କୁହାଯାଉଛି। ଏଣୁ ପାକିସ୍ତାନର ବ୍ୟାଟରମାନେ ଚେନ୍ନାଇର ସ୍ପିନ ପିଚରେ ସେମାନଙ୍କୁ ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି।

Share Now:

Kalinga News Beuro

Next Post

୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ବାବୁ : ମାଡ଼ି ବସିଲା ଭିଜିଲାନ୍ସ

Thu Jul 6 , 2023
ଯାଜପୁର: ସୁକିନ୍ଦା ଥାନାରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଥାନାର ସବ୍‌ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଜୈନେକ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ମୁତାବକ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ। ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ […]
୧୦ ହଜାର ନେଉଥିଲେ ପୁଲିସ ବାବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial