ବାରବାଟୀ ମ୍ୟାଚ୍ ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ମାଟି ପକାଇଲା ଆର୍‌ଆଣ୍ଡ୍‌ବି

ବର୍ଷା ହେଲେ ଧୋଇଯିବ ୨ କୋଟି

ବର୍ଷା ହେଲେ ଧୋଇଯିବ ୨ କୋଟି

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି/୨୦ ମ୍ୟାଚ୍ ପାଇଁ କଟକ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇଛି। ବାଲିଯାତ୍ରା ତଳ ପଡିଆରେ ନିର୍ମାଣ ହେବାକୁ ଥିବା ୪ଟି ପାର୍କିଂ ଜୋନ୍ ପାଇଁ ହୋଇଥିବା ଟେଣ୍ଡର ଖୋଲାଯାଇ ୪ଜଣ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଛି। ଆଜିଠାରୁ ବାଲିଯାତ୍ରା ପଡିଆରେ ବାଲି ଉପରେ ମାଟି ପକା କାମ ଆରମ୍ଭ ହୋଇଛି। ତେବେ ବାଲି ଉପରେ ମାଟି ପକାଇବା ପାଇଁ କଟକ ପୂର୍ତ୍ତ ବିଭାଗ ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ମ୍ୟାଚ୍ ପୂର୍ବରୁ ଏହି କାମ ସାରିବାକୁ ନିର୍ଦ୍ଦେଶ ରହିଛି। ଅର୍ଥାତ ଆସନ୍ତା ୧୨ ତାରିଖ ପୂର୍ବରୁ ଏହାର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓସିଏ ମ୍ୟାଚ ପାଇଁ ସରକାର କାହିଁକି ୨ କୋଟି ଟଙ୍କା ଖର୍ଚ୍ଚ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ବାଲି ଉପରେ ମାଟି ପକାଇବାର ପରିକଳ୍ପନାକୁ ନେଇ ସ‌ମାଲୋଚନା ଆରମ୍ଭ ହୋଇଯାଇଛି। ଆଗକୁ ବର୍ଷା ଥିବାରୁ ବାଲି ଉପରେ ପଡିଥିବା ଏ ମାଟି ରହିବ ନାହିଁ। ଅସରାଏ ବର୍ଷା ହେଲେ ଏ ମାଟି ଧୋଇଯିବାର ଆଶଙ୍କା ରହିଛି। ଓଡ଼ିଶା କ୍ରିକେଟ ଆସୋସିଏନ( ଓସିଏ)ଏକ ଲାଭଜନକ ସଂସ୍ଥା ହୋଇଥିବା ବେଳେ ପାର୍କିଂ ପାଇଁ ଓସିଏ ଟଙ୍କା ଖର୍ଚ୍ଚ ନ କରି ସରକାର କାହିଁକି ୨ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ ଉଠୁଛି। ଅଧୀକ୍ଷଣ ଯନ୍ତ୍ରୀ କଟକ (ଆର ଆଣ୍ଡ ବି)-୧ ପକ୍ଷରୁ ଟେଣ୍ଡର ଆହ୍ବାନ କରି ଏହି କାର୍ଯ୍ୟ କରାଯାଉଛି।

Share Now:

Kalinga News Beuro

Next Post

ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ : ତାଲିବାନ

Mon May 30 , 2022
ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ନିଶାଦ୍ରବ୍ୟ ଉପରେ ମୁହଁ ଖୋଲିଛି ତାଲିବାନ। ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନର ଜଣେ ବରିଷ୍ଠ ନେତା କହିଛନ୍ତି। ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି କହିଛନ୍ତି ଯେ ୨୦୦୧ରେ ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ପୂର୍ବରୁ ଦେଶରେ କୌଣସି ନିଶାଦ୍ରବ୍ୟ ଉତ୍ପାଦନ ହେଉନଥିଲା। କିନ୍ତୁ ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନରେ ଚାଲିଥିବା […]
ତାଲିବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial