ବେଜିଂ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲିମ୍ପିକ୍ସ। ବେଜିଂରେ ଥିବା ପ୍ରସିଦ୍ଧ ବାର୍ଡସ ନେଷ୍ଟ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଷ୍ଟାଡିୟମରେ ହିଁ ୨୦୦୮ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଭାରତ ପକ୍ଷରୁ ଜଣେ ମାତ୍ର ଆଥଲେଟ ଏହି ଅଲିମ୍ପିକ୍ସରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ଆରିଫ ଖାଁ। ସେ ହାତରେ ତ୍ରିରଙ୍ଗା ଧରି ଭାରତର ପ୍ରତିନିଧିତ୍ବ କରିଥିଲେ। ତାଙ୍କ ସହିତ ଦୁଇଜଣ ସପୋର୍ଟ ଷ୍ଟାଫ ଥିଲେ। ଆରିଫ ଖାଁ ହେଉଛନ୍ତି କଶ୍ମୀରର ବାସିନ୍ଦା। ଏହି ଅଲିମ୍ପିକ୍ସଟି ବେଶ ବିବାଦୀୟ ହୋଇପଡ଼ିଛି। ବିଶ୍ବର କେତେକ ପ୍ରମୁଖ ଦେଶ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କରିଛନ୍ତି। ଏସବୁ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜାପାନ, ନେଦରଲାଣ୍ଡସ,ଡେନମାର୍କ ଇତ୍ୟାଦି। ଚୀନରେ ଉଇଘୁର ମୁସଲମାନଙ୍କ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ଏପରି ବହିଷ୍କାର କରାଯାଉଛି। ଭାରତ ବି ଏହାକୁ କୂଟନୈତିକ ବହିଷ୍କାର କରିଛି। ଗଲଓ୍ବାନ ସଂଘର୍ଷରେ ଭାଗ ନେଇଥିବା ଚୀନ ସୈନ୍ୟଙ୍କୁ ଅଲିମ୍ପିକ୍ସ ମଶାଲ ଧରାଯିବା ପ୍ରତିବାଦରେ ଭାରତ ଏପରି ପଦକ୍ଷେପ ନେଇଛି।
ଆରମ୍ଭ ହେଲା ବେଜିଂ ଶୀତକାଳୀନ ଅଲିମ୍ପିକ୍ସ : ଭାରତୀୟ ଦଳରେ ଅଛନ୍ତି ଜଣେ ମାତ୍ର ଖେଳାଳି

Share Now: