କଲମ୍ବୋ : କଲମ୍ବୋରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା। ଏହାର ଜବାବରେ ଭାରତ ସର୍ବଶେଷ ସୂଚନା ଅନୁସାରେ କୌଣସି ଓ୍ବିକେଟ ନହରାଇ ୪୪ ରନ କରିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ସ୍କୋର ମାତ୍ର ୭ ରନ ହୋଇଥିବାବେଳେ ଦଳ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା। ଅଭିଷ୍କା ଫର୍ନାଣ୍ଡୋ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ତେବେ ପ୍ରଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ସତର୍କତାର ସହ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ନିଶଙ୍କା ୫୬ରନ କରିଥିଲେ ଓ ମେଣ୍ଟିସ ୧୪ ରନ କରିଥିଲେ। ଦଳର ମଧ୍ୟକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ ବି ନିମ୍ନମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ସ୍ଥିତିକୁ ସୁଧାରିଥିଲେ। ଦୁନିଥ ଓ୍ବାଲାଲାଗେ ୬୭ ରନ କରିଥିବାବେଳେ ହସରଙ୍ଗା ୨୪ ରନ ଓ ଜନିଥ ଲିଆନାଗେ ୨୦ ରନ କରିଥିଲେ। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୩୦ ରନ କରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଶିବମ ଦୁବେ, ଓ୍ବାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
ଭାରତ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

Share Now: