ମେଲବର୍ଣ୍ଣ: ସ୍ପେନର ମହାନ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ୨-୬, ୬-୭, ୬-୪, ୬-୪, ୬-୪ ସେଟରେ ହରାଇ ଚମ୍ପିଆନ୍ ହୋଇଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ। ଏହି ଟାଇଟେଲ ସହ ନାଦାଲ୍ ଅନ୍ୟ ଦୁଇ ମହାନ ଖେଳାଳି ସ୍ଵିଜରଲ୍ୟାଣ୍ଡର ରୋଜର ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି । ଫେଡେରର୍ ଓ ଜୋକୋଭିଚ୍ ୨୦ଟି ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଛନ୍ତି। ୨୦୦୯ରେ ନାଦାଲ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଏହାପରେ ସେ ୪ ଥର ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ହାରି ଯାଇଥିଲେ। ନାଦାଲ୍ ରବିବାର ପ୍ରଥମ ଦୁଇଟି ସେଟ୍ ହାରିବା ପରେ ମଧ୍ୟ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆନ୍ ଓପନକୁ ନିଜ ନାମରେ କରିବାକୁ ସଫଳ ହୋଇଛନ୍ତି।
ଇତିହାସ ରଚିଲେ ରାଫେଲ୍ ନାଦାଲ୍ : ୨୧ଟି ଗ୍ରାଣ୍ଡ୍ ସ୍ଲାମ୍ ଜିତିବାର ବିଶ୍ଵର ପ୍ରଥମ ପୁରୁଷ ଖେଳାଳି ହେଲେ ରାଫେଲ୍

Share Now: