ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ। ଗତ ସଂସ୍କରଣର ରନର୍ସଅପ ବେଲଜିୟମ ଆରମ୍ଭରୁ ଆଟାକିଙ୍ଗ ଖେଳ ଜାରି ରଖିଥିଲା। ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି। ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ। ବେଲଜିୟମ ପକ୍ଷରୁ ୨ଟି ପେନଲ୍ଟି କର୍ଣ୍ଣର ଓ ୩ଟି ଫିଲଡ଼ ଗୋଲ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନଲ୍ଟି କର୍ଣ୍ଣର ଦିଆଯାଇଥିଲା। ବେଲଜିୟମ ତରଫରୁ ସର୍ବାଧିକ ୨ ଟି ଗୋଲ୍ କରିଛନ୍ତି ଡି ରୋମାନ। ତେବେ ଏହି ବିଶ୍ୱକପରେ ଦର୍ଶକଙ୍କୁ ଅନୁମତି ମିଳି ନାହିଁ। କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଉଛି। ଷ୍ଟାଡିୟମକୁ ଯିବାକୁ ଦର୍ଶକଙ୍କୁ ଅନୁମତି ନାହିଁ। ଜୁନିୟର ହକି ବିଶ୍ୱକପ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଜୁନିୟର ହକି ବିଶ୍ୱକପର ପ୍ରଥମ ମ୍ୟାଚ: ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ବେଲଜିୟମ

Share Now: