୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିଅମରେ ଏକ ସ୍ଵତନ୍ତ୍ର ଉତ୍ସବରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଇଣ୍ଡିଆ ୨୦୨୨ର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ କରମର୍ଦ୍ଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିଅମରେ ତିନୋଟି ମ୍ୟାଚ ଖେଳାଯିବା ପାଇଁ ଆୟୋଜନ କରାଯାଉଛି। ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ। ୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ୧୪ ତାରିଖରେ ଭାରତ ବନାମ ମୋରୋକୋ ମ୍ୟାଚ ଖେଳାଯିବ। ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଏଠାରେ ଖେଳାଯିବ।

Share Now:

Kalinga News Beuro

Next Post

ଫାଇଲ୍‌ ଭିତରେ ଦୟାୱେଷ୍ଟ ପୁନରୁଦ୍ଧାର : ପ୍ରଶାସନର ଦୃଷ୍ଟି ଆଢୁଆଳରେ

Sat Sep 10 , 2022
ଭୁବନେଶ୍ୱର: ଭୁବନେଶ୍ବର ସହରର ଆବର୍ଜନାରେ ପୋତି ହୋଇଗଲାଣି ଦୟାୱେ‌ଷ୍ଟ କେନାଲ। ଏବେ କେନାଲକୁ ଦେଖିଲେ ଆବର୍ଜନା କୁଣ୍ଡ ପରି ମନେ ହେଉଛି। ଅନାବନା ଗଛ ଓ ଦଳ ମାଡ଼ି ଯାଇ କେନାଲର ଅସ୍ତିତ୍ବ ଲୋପ ପାଇଗଲାଣି। ଜବରଦଖଲ ଯୋଗୁଁ ବହୁ ସ୍ଥାନରେ କେନାଲ ସଂକୁଚିତ। ଦିନେ ରାଜଧାନୀ ଉପକଣ୍ଠ କୃଷକଙ୍କ ଜୀବନରେଖା ପାଲଟିଥିବା ଏହି କେନାଲ୍‌ ଆଜି ମୃତପ୍ରାୟ। କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ। କେନାଲକୁ ପୁନରୁଦ୍ଧାର କରାଯିବ, […]
ଫାଇଲ୍‌ ଭିତରେ ଦୟାୱେଷ୍ଟ ପୁନରୁଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial