ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ନିରଜ ଚୋପ୍ରା ସ୍ୱିଡ଼େନର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ନିରଜ ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ୍ ଥ୍ରୋ କରି ଫାଇନାଲକୁ ପ୍ରବେଶ କରି ପୁଣି ଚର୍ଚ୍ଚାକୁ ଆସିଛି। ଅଗଷ୍ଟ ୨୭ରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିର ଫାଇନାଲ ଖେଳ ରହିଛି। ଏଥିସହିତ ନିରଜ ପ୍ୟାରିସ ଅଲମ୍ପିକ ୨୦୨୪ ପାଇଁ ବି ଚୟନ ହୋଇଯାଇଛନ୍ତି। ପ୍ୟାରିସ ଅଲମ୍ପିକ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଖେଳାଯିବ।
ଏହି ପ୍ରତିଯୋଗିତାରେ ନିରଜଙ୍କ ବ୍ୟତୀତ ବିଶ୍ୱର ୩୭ଜଣ ଜାଭେଲିନ୍ ଥ୍ରୋ ଖେଳାଳି ଭାଗ ନେଇଛନ୍ତି। ନିରଜ ଚୋପ୍ରାଙ୍କୁ ଗ୍ରୁପ-ଏରେ ରଖାଯାଇଥିଲା। ଏଥିରେ ଏଣ୍ଡରସନ ପିଟର୍ସ ଓ ଜୁଲିୟନ ପିଟର୍ସ ସାମିଲ ଥିଲେ। ସେହିପରି ଗ୍ରୁପ-ବିରେ ପାକିସ୍ତାନର ଅରଶନ ନଦିମ ଓ ଜ୍ୟାକବ ବାଡଲେଚ ଭଳି ଷ୍ଟାର ଖେଳାଳି ସାମିଲ ଥିଲେ। ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲକୁ ଯିବା ପାଇଁ ୮୩ମିଟର ରଖାଯାଇଥିଲା। ଯାହାକି ନିରଜଙ୍କୁ ଖେଳିବା ପାଇଁ ବହୁତ ସହଜ ହୋଇଥିଲା।
ପୁଣି ଚମକିଲେ ନିରଜ : ଫାଇନାଲରେ କଲେ ପ୍ରବେଶ

Share Now: