ଏସୀୟ କ୍ରୀଡ଼ା : ଭାରତକୁ ୩୦୦୦ ମିଟର ଷ୍ଟିପଲଚେଜ ଓ ସଟପୁଟରେ ଦୁଇଟି ସ୍ୱର୍ଣ୍ଣ

ସଟପୁଟରେ ତେଜିନ୍ଦରଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ଏସୀୟ କ୍ରୀଡ଼ାରେ ୩୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବିନାଶ ସାବଲେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି। ସେ ୮ ମିନିଟ୍ ୧୯.୫ ସେକେଣ୍ଡରେ ଏହି ଦୂରତ୍ୱ ହାସଲ କରି ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ତେଜିନ୍ଦରପାଲ୍ ସିଂ ସଟପୁଟରେ ସ୍ୱର୍ଣ୍ଣ ଜିତିଛନ୍ତି। ସେ ୨୦.୩୬ ମିଟର ଫିଙ୍ଗି ସଟପୁଟ ପୁରୁଷ ଫାଇନାଲରେ ବିଜୟୀ ହୋଇଥିଲେ।
ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ାର ମହିଳା ୫୦ କେଜି ସେମିଫାଇନାଲ୍ ମୁକାବିଲାରେ ବକ୍ସର ନିଖତ ଜରିନ୍ ପରାଜିତ ହେବା ପରେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ରବିବାର ଗଲ୍ଫରେ ଭାରତର ପ୍ରଥମ ପଦକ ଆସିଛି, ଯେଉଁଠାରେ ଅଦିତି ଅଶୋକ ରୌପ୍ୟ ପଦକ ପାଇଛନ୍ତି। ସେହିପରି ମହିଳା ସୁଟରମାନେ ମଧ୍ୟ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଭାରତ ପାଇଂ ସଫଳତା ଆଣି ଦେଇଛନ୍ତି । ଏହାପରେ ପୁରୁଷ ଦଳ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତି ଚମତ୍କାର ପ୍ରଦର୍ଶନ କରିଛି। ଏହାବ୍ୟତୀତ କିନାନ ଚିନାଇ ସୁଟିଂର ଡବଲ ଟ୍ରାପ୍ (ସୁଟିଂ)ରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଆଜି ଭାରତକୁ ୪ଟି ପଦକ ମିଳିଛି।

Share Now:

Kalinga News Beuro

Next Post

ମଝି ଚିଲିକାରେ ଫସିଲେ ୬୦ ଯାତ୍ରୀ : ପହଞ୍ଚିଲାନି ପ୍ରଶାସନ, ଉଦ୍ଧାର କଲେ ମତ୍ସ୍ୟଜୀବୀ

Sun Oct 1 , 2023
ବ୍ରହ୍ମଗିରି: ଚିଲିକା ଜଳରାଶିରେ ପୁଣି ଅଘଟଣ ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସଦାଦ ବ୍ଲକ ଅଧୀନ ସାତପଡ଼ା ଠାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଅପରାହ୍ନରେ ଦୀର୍ଘ ଅଧଘଣ୍ଟା ପର୍ଯ୍ୟନ୍ତ ଫସିରହିଛି। ଫଳଳେ ଏଥିରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀ ଜୀବନ ବିକଳରେ ଚିତ୍କାର କରିଛନ୍ତି। ପରେ ସେମାନଙ୍କୁ ୨ଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ଚିଲିକା ଜଳରାଶିରେ ସାତପଡ଼ା ଠାରୁ ଜହ୍ନିକୁଦାର […]
Chilika trouble

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial