ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ

ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାରୁ ୨୩୮ ରନରେ ହରାଇ ବଡ଼ ବିଜୟ ହାସଲ କରିଛି। ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନ କରିଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିଥିଲା। ଭାରତ ନିଜର ୨ୟ ଇନିଂସରେ ୩୦୩ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା। ଶ୍ରୀଲଙ୍କା ନିଜର ୨ୟ ଇନିଂସରେ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦୮ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ୨୩୮ରନରେ ବିଜୟୀ ହୋଇଥିଲା।
ଶ୍ରୀଲଙ୍କାର ୨ୟ ଇନିଂସରେ ଦିମୁଥ କରୁଣାରତ୍ନେ ଲଢୁଆ ବ୍ୟାଟିଂ କରି ୧୦୭ ରନ କରିଥିଲେ। ସେହିପରି କୁଶଲ ମେଣ୍ଡିସ୍ ୫୪ ରନ କରି କରୁଣାରତ୍ନେଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ। ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ବ୍ୟାଟିଂ ଲାଇନ ଭୂଷୁଡ଼ି ପଡ଼ିଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ପ୍ରାକ୍‌ ନିର୍ବାଚନୀ ହିଂସା ମାମଲା : ୧୧ ଗିରଫ, ଜଗିଛନ୍ତି ଫୋର୍ସ

Mon Mar 14 , 2022
ଭୁବନେଶ୍ୱର: ୱାର୍ଡ ନଂ-୩୨ରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଉଭୟ ଗୋଷ୍ଠୀର ୧୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ହଳଦୀପଡ଼ିଆ ବସ୍ତି ଅଞ୍ଚଳର ଲକ୍ଷ୍ମଣ ସାହୁ ଓରଫ କାଳିଆ(୪୮), ଅନିରୁଦ୍ଧ ବେହେରା ଓରଫ ଅନ୍ନା(୨୬), ମୁନା ଦାସ(୨୭), ସଞ୍ଜୟ ଦାସ(୨୩), ପିଣ୍ଟୁ ଦାସ(୨୨) ଏବଂ ନରେନ୍ଦ୍ର ନାୟକ(୩୧)। ଅନ୍ୟ ଗୋଷ୍ଠୀର ଅଭିଯୁକ୍ତମାନେ ହେଲେ, ନୟାଗଡ଼ ସଦର ଅଞ୍ଚଳର ସନ୍ନ୍ୟାସୀ ସାହୁ ଓରଫ […]
ପ୍ରାକ୍‌ ନିର୍ବାଚନୀ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial