ଜୋହାନେସବର୍ଗ : ଜୋହାନେସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ସିରିଜ ୧-୧ ସ୍ତରକୁ ଆସିଯାଇଛି । ବିଜୟ ପାଇଁ ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ବର୍ଷା ବାଧାପ୍ରାପ୍ତ ମ୍ୟାଚର ୪ର୍ଥ ଦିନରେ ମାତ୍ର ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳପକ୍ଷରୁ ଡିନ ଏଲଗାର ଅଧିନାୟକ ଇନିଂସ ଖେଳିବା ସହ ସର୍ବାଧିକ ୯୬ ରନ କରିଥିଲେ। ସେହିପରି ରାସି ଭାନ ଡର ଦୁସାନ ୪୦ ରନ ଓ ଏଇଡେନ ମାକରାମ ୩୧ ରନ କରିଥିଲେ। ଟେମ୍ବା ବାଭୁମା ଅପରାଜିତ ୨୩ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସମ୍ମୀ, ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୨୯ରନ କରିଥିଲା। ଭାରତ ନିଜର ୨ୟ ଇନିଂସରେ ୨ୟ ଇନିଂସରେ ୨୬୬ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରହିଥିଲା।
ଜୋହାନେସବର୍ଗ ଟେଷ୍ଟରେ ଭାରତର ପରାଜୟ

Share Now: