ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩ : ପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି, ନିତେଶ କୁମାର ମଧ୍ୟ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ଏହି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି।
ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳରେ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ। ଏସିଆନ୍‌ ଗେମ୍‌ସ୍‌ରେ ୩ଟି ପଦକ ହାଲସ କରିବାରେ ଏହା ହେଉଛି ପ୍ରମୋଦଙ୍କ ପାଇଁ ପ୍ରଥମ ଘଟଣା। ୨୦୧୦ରେ ଏକକ ଓ ଯୁଗଳ ମ୍ୟାଚ୍‌‌ରେ ଭାଗ ନେଇଥିଲେ ମଧ୍ୟ ପ୍ରମୋଦଙ୍କୁ କୌଣସି ସଫଳତା ମିଳିନଥିଲା। ୨୦୧୪ରେ ମଧ୍ୟ ସେ ଏକକ ଓ ଯୁଗଳରେ ଭାଗ ନେଇଥିଲେ, କିନ୍ତୁ କେବଳ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୮ରେ ଏକକ ଓ ଯୁଗଳରେ ଭାଗ ନେଇ ସେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଥିବା ପ୍ରମୋଦ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Share Now:

Kalinga News Beuro

Next Post

ହମାସ୍‌ ସୁଡ଼ଙ୍ଗ ଅବରୋଧ କରିବା ପାଇଁ ଇସ୍ରାଏଲର ନୂଆ ଅସ୍ତ୍ର ‘ସ୍ପଞ୍ଜ୍‌ ବୋମା’

Sat Oct 28 , 2023
ଜେରୁଜେଲମ୍‌: ଗାଜା ଷ୍ଟ୍ରିପ୍‌ରେ ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନଙ୍କୁ ପରାସ୍ତ କରିବା ପାଇଁ ଇସ୍ରାଏଲ୍‌ ସମ୍ପ୍ରତି ‘ସ୍ପଞ୍ଜ୍‌ ବୋମା’ର ବ୍ୟବହାରିକ ପରୀକ୍ଷଣ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଗାଜାରେ ସ୍ଥଳଭାଗ ଆକ୍ରମଣ ବେଳେ ଏହାର ଆବଶ୍ୟକତା ଉପଲବ୍ଧି କରି ଇସ୍ରାଏଲୀୟ ସେନା ‘ମକ୍‌ ଟନେଲ୍‌’ରେ (ପରୀକ୍ଷା ନିମନ୍ତେ ନିର୍ମିତ ସୁଡ଼ଙ୍ଗ) ‘ସ୍ପଞ୍ଜ୍‌ ବୋମା’ ପରୀକ୍ଷା ଚଳାଇଥିବା କୁହାଯାଉଛି। ଏହି ‘ସ୍ପଞ୍ଜ୍‌ ବୋମା’ ପ୍ରୟୋଗ ବିଷୟରେ […]
ଇସ୍ରାଏଲ୍‌ ନୂଆ ଅସ୍ତ୍ର ‘ସ୍ପଞ୍ଜ୍‌ ବୋମା’-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial