କାର୍ଯ୍ୟକାଳ ବୃଦ୍ଧି ପାଇଁ ଆଗ୍ରହୀ ନୁହନ୍ତି ରାହୁଲ୍‌ : ପରବର୍ତ୍ତୀ ହେଡ୍‌ କୋଚ୍‌ ହେବେ ଭି.ଭି.ଏସ୍‌. ଲକ୍ଷ୍ମଣ

ମୁମ୍ବାଇ: ବିଶ୍ୱକପ୍‌ କ୍ରିକେଟ୍‌ ମ୍ୟାଚ୍‌ ଶେଷ ହେବା ସହିତ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ପ୍ରଖ୍ୟାତ ବ୍ୟାଟ୍‌ସ୍‌ମ୍ୟାନ୍‌ ରାହୁଲ୍‌ ଦ୍ରାବିଡ଼ଙ୍କର ଦୁଇବର୍ଷିଆ ରାଜିନାମା ମଧ୍ୟ ଶେଷ ହୋଇଛି ବୋଲି ‘ବିସିସିଆଇ’ସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ରାଜିନାମା ସମୟ ବୃଦ୍ଧି କରିବା ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌କୋଚ୍‌ ପଦବୀରେ ରହିବାକୁ ଅନାଗ୍ରହୀ ବୋଲି ନିଜେ ନିଷ୍ପତ୍ତି ନେବା ସହିତ ଏ କଥା ଦ୍ରାବିଡ଼ ‘ବିସିସିଆଇ’କୁ ଅବଗତ କରାଇ ଦେଇଛନ୍ତି। ଦ୍ରାବିଡ଼ଙ୍କ ପରେ ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ୍‌ ହେବେ ତାଙ୍କର ଘନିଷ୍ଠ ବନ୍ଧୁ ଭି.ଭି.ଏସ୍‌ ଲକ୍ଷ୍ମଣ। ସମ୍ପ୍ରତି ଲକ୍ଷ୍ମଣ ଗୁରୁବାରଠାରୁ ଭାଇଜାଗ୍‌ରେ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ‘ଟି୨୦ଆଇ’ ସିରିଜ୍‌ର ୫ଟି ମ୍ୟାଚ୍‌ ନିମନ୍ତେ ଭାରତୀୟ ଟିମ୍‌ର ‘ସେକେଣ୍ଡ୍‌-ଷ୍ଟ୍ରିଙ୍ଗ୍‌’ର ମୁଖ୍ୟ କୋଚ୍‌ ଭାବେ ପ୍ରଶିକ୍ଷଣ ଦେଉଛନ୍ତି।
ଲକ୍ଷ୍ମଣ ମଧ୍ୟ ବେଙ୍ଗାଲୁରୁସ୍ଥିତ ‘ବିସିସିଆଇ’ର ‘ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମି’ର ମୁଖ୍ୟ ଅଟନ୍ତି। ବିଶ୍ୱକପ୍‌ ପୂର୍ବରୁ ସେ ଆୟର୍‌ଲାଣ୍ଡ୍‌ ‘ଟି୨୦ଆଇ’ ସିରିଜ୍‌ ନିମନ୍ତେ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ଦାଇତ୍ୱ ନିର୍ବାହ କରିଥିଲେ। ଏହାଛଡ଼ା, ଆହୁରି ଅନେକ ଥର ମଧ୍ୟ ସେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ହୋଇଥିଲେ। ଲକ୍ଷ୍ମଣ ମଧ୍ୟ ଏହି ଦାଇତ୍ୱ ନେବାକୁ ଆଗ୍ରହୀ ବୋଲି ଜଣାଇଛନ୍ତି। ବିଶ୍ୱକପ୍‌ ଚାଲିଥିବା ବେଳେ ସେ ଏ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ‘ବିସିସିଆଇ’ର ପ୍ରମୁଖ କର୍ମକର୍ତ୍ତାଙ୍କୁ ଭେଟିବା ପାଇଁ ଅହମଦାବାଦ ଆସିଥିଲେ। ସେ ଦୀର୍ଘ ଦିନ ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ହେବା ପାଇଁ ରାଜିନାମା କରିପାରନ୍ତି ବୋଲି ‘ବିସିସିଆଇ’ର ବିଶେଷସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ଟାଇମ୍ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Share Now:

Kalinga News Beuro

Next Post

ଓମ୍‌ଫେଡ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ : ପୁରୁଣା ଫର୍ନେସର୍‌ରୁ ତେଲ ବାହାରି ଅଗ୍ନିକାଣ୍ଡ

Thu Nov 23 , 2023
ଚନ୍ଦ୍ରଶେଖରପୁର: ପୂର୍ବାହ୍ନ ୧୧ଟା ହେବ। ଓମ୍‌ଫେଡ୍‌ ଛକ ଆକାଶରେ ଘୋଟି ଯାଇଥିଲା କଳାଧୂଆଁ। କେହି କିଛି ବୁଝିବା ପୂର୍ବରୁ ଚନ୍ଦ୍ରଶେଖରପୁର, ବିଡିଏ କଲୋନି, ରେଳ ସଦନ, ଗଜପତି ନଗର ପ୍ରଭୃତି ଅଞ୍ଚଳରେ ଧୂଆ ମାଡ଼ି ଯାଇଥିଲା। କଳାଧୂଆଁର ଆସ୍ତରଣ ଦେଖି ଲୋକେ ଭୟଭୀତ ହେବା ସହ କେଉଁଠି ନିଆଁ ଲାଗିଲା ତାହା ଜାଣିବାକୁ ଧାଇଁଥିଲେ। ବୁଝିବାରୁ ଜଣାପଡ଼ିଲା ଯେ ଓମ୍‌ଫେଡ୍‌ ଛକ ନିକଟରେ ଥିବା ପୁରୁଣା ଓମ୍‌ଫେଡ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial