ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍। ଏଥିପାଇଁ ବିଭିନ୍ନ ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଉଛି । ଏହି କ୍ରମରେ ପୁଲିସ କମିସନରେଟ୍ ପକ୍ଷରୁ ଜାରି ହୋଇଛି ଏକ ହେଲ୍ପ ଲାଇନ୍ ନମ୍ବର। ଏହି ନମ୍ବରଟି ହେଲା ୭୩୭୭୭୭୦୦୭୦। ହକି ବିଶ୍ୱକପକୁ ନେଇ ସମସ୍ତ ତଥ୍ୟ ଏହି ନମ୍ବରରେ ଥିବା ହ୍ବାଟ୍ସଆପ୍ ମେସେଞ୍ଜରରୁ ମିଳିପାରିବ। ଲୋକେ ଟିକେଟ, ଟ୍ରାଫିକ,ପାର୍କିଙ୍ଗ,ସ୍କୋର, ଷ୍ଟାଡିୟମ ଲେଆଉଟ ଇତ୍ୟାଦି ସମ୍ପର୍କରେ ଜାଣିବାକୁ ଏହି ନମ୍ବରରେ ମେସେଜ କରିପାରିବେ। ଆପଣ ବି ଯଦି ହକି ବିଶ୍ୱକପ୍କୁ ନେଇ କୌଣସି ସୂଚନା ପାଇବାକୁ ଚାହାନ୍ତି ତ ୭୩୭୭୭୭୦୦୭୦ ହ୍ବାଟ୍ସଆପ୍ ନମ୍ବରରେ ମେସେଜ କଲେ ଏହି ସମସ୍ତ ତଥ୍ୟ ମିଳିପାରିବ। ଆଜି ଭୁବନେଶ୍ଵରରେ ଆସି ନେଦରଲାଣ୍ଡ ହକି ଟିମ୍ ପହଞ୍ଚି ସାରିଛି। ୨୦୧୮ରେ ନେଦରଲାଣ୍ଡ ସିଲଭର୍ ମେଡାଲ ପାଇଥିଲା। ଏହା ସହିତ ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହୋଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ଟିମ୍। ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଗ୍ରୁପ୍ ସିରେ ରହିଛି ନେଦରଲାଣ୍ଡ ଏବଂ ଏହା ସହିତ ନିଉଜିଲ୍ୟାଣ୍ଡ, ଚିଲି ଓ ମାଲେସିଆ ମଧ୍ୟ ରହିଛନ୍ତି।
ହକି ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କଲା କମିସନରେଟ ପୁଲିସ

Share Now: