ଇତିହାସ ରଚିଲେ ପଥୁମ ନିଶଙ୍କା : ଦ୍ୱିଶତକ ମାରିବାରେ ଶ୍ରୀଲଙ୍କାର ପ୍ରଥମ ଖେଳାଳି

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇତିହାସ ରଚିଛନ୍ତି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ପଥୁମ ନିଶଙ୍କା। ନିଶଙ୍କା ୧୩୯ ବଲରେ ୨୦ ଚୌକା ଓ ୮ ଛକା ସାହାଯ୍ୟରେ ଅପରାଜିତ ୨୧୦ ରନ୍ ସଂଗ୍ରହ କରିଥିଲେ, ଯାହା ସହ ସେ ଶ୍ରୀଲଙ୍କା ପକ୍ଷରୁ ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ପଲ୍ଲେକେଲରେ ଖେଳାଯାଉଛି, ଯେଉଁଥିରେ ପଥୁମ ନିସାଙ୍କା ଏହି ଚମତ୍କାର ଦ୍ୱିଶତକ ହାସଲ କରିଛନ୍ତି। ଓପନିଂରେ ଓହ୍ଲାଇଥିବା ନିସାଙ୍କା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅର୍ଥାତ୍ ସେ ପୂରା ୫୦ ଓଭର ବ୍ୟାଟିଂ କରିଥିଲେ। କୌଣସି ଆଫଗାନିସ୍ତାନ ବୋଲର ନିସାଙ୍କାଙ୍କୁ ଆଉଟ୍ କରିପାରିନଥିଲେ, ସମସ୍ତେ ସେମାନଙ୍କ ସାମ୍ନାରେ ଅସହାୟ ଦେଖାଯାଉଥିଲେ।
ଦ୍ୱିଶତକ ପୂର୍ବରୁ ଶ୍ରୀଲଙ୍କାର ଏହି ଓପନର ମାତ୍ର ୮୭ ବଲରେ ଶତକ ପୂରଣ କରିଥିଲେ। ନିଶଙ୍କାଙ୍କ ଦିନିକିଆ କ୍ୟାରିୟରର ଏହା ଥିଲା ଚତୁର୍ଥ ଶତକ। ସେହିପରି ଆଫଗାନିସ୍ତାନ ବିପକ୍ଷରେ ତାଙ୍କ ବ୍ୟାଟରୁ ଏହା ପ୍ରଥମ ଶତକ ବାହାରିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ପକ୍ଷରୁ ସଚ୍ଚିନ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନଭାବେ ୨୦୧୦ରେ ଦ୍ୱିଶତକ ମାରିଥିଲେ। ତାଙ୍କ ପରେ ବୀରେନ୍ଦ୍ର ସେହଓ୍ବାଗ, ରୋହିତ ଶର୍ମା, ଶୁଭମନ ଗିଲ୍ ଓ ଇଶାନ କିଷନ ମଧ୍ୟ ଦିନିକିଆରେ ଦ୍ୱିଶତକ ଅର୍ଜନ କରିଛନ୍ତି।

Share Now:

Kalinga News Beuro

Next Post

୯ ବର୍ଷ ବୟସ୍କ ବାଳକର ଜୀବନ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗ ଚିକିତ୍ସକ

Fri Feb 9 , 2024
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ୱରୂପ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା। ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial