ବିଶ୍ୱ ଟେଷ୍ଟ ଚାମ୍ପିଅନସିପ : ଭାରତ ଆଗରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବିଶ୍ବ ଟେଷ୍ଟ ଚାମ୍ପିଅନସିପ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ ହେବାକୁ ହେଲେ ଭାରତକୁ ନିଜର ୨ୟ ଇନିଂସରେ ୪୪୪ ରନ କରିବାକୁ ହେବ। ହାତରେ ରହିଛି ଦେଢ ଦିନ। ଶନିବାର ଥିଲା ଫାଇନାଲ ଟେଷ୍ଟ ମ୍ୟାଚର ୪ର୍ଥ ଦିନ। ଏହି ଦିନ ଅଷ୍ଟ୍ରେଲିଆ ନିଜର ଗତ କାଲିର ସ୍କୋର ୧୨୩/ ୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା। ତେବେ ଆଜର ଖେଳ ଆରମ୍ଭରୁ ମାର୍ନସ ଲାବୁସାନ ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। କାମେରୁନ ଗ୍ରୀନ ୨୫ରନ କରି ଆଉଟ ହୋଇଥିଲେ। ତେବେ ଆଲେକ୍ସ କେରି ଓ ମିଚେଲ ଷ୍ଟାର୍କ ଏକ ବଡ଼ ପାର୍ଟନରସିପ କରି ଦଳୀୟ ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲେ। ପରେ ଦଳ ୨୭୦ ରନରେ ନିଜର ପା​ଳି ସମାପ୍ତି ଘୋଷଣା କରିଥିଲେ। ସେତେବେଳେକୁ କେରି ୬୬ ରନ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୩ ରନରେ ଆଗୁଆ ଥିଲା। ଫଳରେ ଭାରତ ଆଗରେ ମୋଟ ୪୪୪ ରନର ଲକ୍ଷ୍ୟ ରହିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି, ଉମେଶ ଯାଦବ ଓ ମହମ୍ମଦ ସମି ୨ଟି ଲେଖାଏଁ ୱିକେଟ ନେଇଥିଲେ। ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜୟ ୨ୟ ଇନିଂସରେ କୌଣସି ୱିକେଟ ନହରାଇ ୨୩ରନ କରିଛି। କ୍ରିଜରେ ରୋହିତ ଶର୍ମା ଓ ଶୁଭମନ ଗିଲ ଅଛନ୍ତି।

Share Now:

Kalinga News Beuro

Next Post

ଜାପାନ ହାନେଡା ବିମାନବନ୍ଦରର ରନୱେରେ ଦୁଇ ବିମାନ ମଧ୍ୟରେ ଧକ୍କା

Sat Jun 10 , 2023
ଟୋକିଓ: ଟୋକିଓର ହାନେଡା ବିମାନବନ୍ଦରର ରନୱେରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି। ଧକ୍କା ଯୋଗୁଁ ବିମାନବନ୍ଦରରୁ ବିମାନ ଚଳାଚଳ କିଛି ଘଣ୍ଟା ପାଇଁ ପ୍ରଭାବିତ ହୋଇଥିଲା। ସୂଚନା ଅନୁଯାୟୀ, ଟୋକିଓର ମୁଖ୍ୟ ବିମାନବନ୍ଦରରେ ଆଜି ଶନିବାର ସକାଳେ ଦୁଇଟି ଯାତ୍ରୀବାହୀ ବିମାନ ହଠାତ୍ ପରସ୍ପର ସହ ଧକ୍କା ହୋଇଥିଲା। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ବିମାନ ଚଳାଚଳ ମନ୍ତ୍ରଣାଳୟର […]
ରନଓ୍ବେରେ ଦୁଇ ବିମାନ ମଧ୍ୟରେ ଧକ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial