ଇତିହାସ ରଚିଲେ ରୋହିତ : ମାରିଲେ ‘ଡବଲ୍ ସେଞ୍ଚୁରୀ’

ହାଇଦ୍ରାବାଦ: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଛନ୍ତି। ସେ ‘ଡବଲ୍ ସେଞ୍ଚୁରୀ’କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ ହାସଲ କରିଛନ୍ତି। ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳିର ମାନ୍ୟତା ରୋହିତ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଚାମ୍ପିୟନ ହୋଇଛି।
କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ବ୍ୟାଟିଂ କରିବାକୂ ରୋହିତ ଶର୍ମା ଅଧିକ ପସନ୍ଦ କରିଥାନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେକେ) ବିରୋଧ ରୋହିତ ଶର୍ମା ୧୩ ଥର ଲେଖାଏଁ ଅର୍ଦ୍ଧଶତକ କରିଛନ୍ତି। ଆଇପିଏଲରେ ରୋହିତ ଶର୍ମା ମୋଟ ୨୪୪ ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ ୨୦୨୪ରେ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ରେ ଗୁଜରାଟ ଟାଇଟନ୍ସ ବିରୋଧରେ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚ୍ ରେ ୪୫ ରନ୍ କରିଥିଲେ।

Share Now:

Kalinga News Beuro

Next Post

କେଜ୍ରିୱାଲ ନିରାଶ : ହାଇକୋର୍ଟରୁ ମିଳିଲାନି ଆଶ୍ଵସ୍ତି

Wed Mar 27 , 2024
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ଅରବିନ୍ଦ କେଜ୍ରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଇଡି ହେପାଜତରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। କେଜ୍ରିୱାଲ ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ।ଆମ୍ ଆଦମୀ ପାର୍ଟି (ଆପ୍)ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial