କେଜ୍ରିୱାଲ ନିରାଶ : ହାଇକୋର୍ଟରୁ ମିଳିଲାନି ଆଶ୍ଵସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ଅରବିନ୍ଦ କେଜ୍ରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଇଡି ହେପାଜତରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। କେଜ୍ରିୱାଲ ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ।
ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ, “ଗିରଫର ଉଦ୍ଦେଶ୍ୟ ସାମଗ୍ରୀ ଖୋଜିବା ନୁହେଁ ବରଂ ମୋତେ ଏବଂ ମୋ ଦଳକୁ ଅକ୍ଷମ କରିବା ଥିଲା। ମୋର ପ୍ରାର୍ଥନା ହେଉଛି, ଏବେ ମୋତେ ଜାମିନ ଦିଆଯାଉ। ସିଙ୍ଘଭି ଦାବି କରିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ କେଜ୍ରିୱାଲଙ୍କ ଗିରଫଦାରୀ “ଜରୁରୀ” ନୁହେଁ ଏବଂ “ଅସହଯୋଗ”ର ଆଧାରକୁ ଇଡି ଦ୍ୱାରା ସର୍ବାଧିକ ଅପବ୍ୟବହାର କରାଯାଇଛି। ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ ଭି ରାଜୁ କହିଛନ୍ତି ଯେ କେଜ୍ରିୱାଲଙ୍କ ପକ୍ଷରୁ ଦାୟର ବହୁପୃଷ୍ଠା ବିଶିଷ୍ଟ ଆବେଦନ ମଙ୍ଗଳବାର ହିଁ ତାଙ୍କ ନିକଟରେ ଦାଖଲ କରାଯାଇଛି ଏବଂ ଏଜେନ୍ସିକୁ ଏହାର ପକ୍ଷ ରେକର୍ଡରେ ଆଣିବା ପାଇଁ ତିନି ସପ୍ତାହ ସମୟ ଦିଆଯାଉ। ଏପରିକି ଅନ୍ତରୀଣ ରିଲିଫ ପାଇଁ ମଧ୍ୟ ଜବାବ ଦେବା ପାଇଁ ଯଥାର୍ଥ ସମୟ ଦିଆଯାଉ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ନେପାଳ ମେୟରଙ୍କ ନିଖୋଜ ଝିଅଙ୍କୁ ପାଇଲା ପୁଲିସ

Thu Mar 28 , 2024
ନୂଆଦିଲ୍ଲୀ: ନେପାଳର ଧନଗଢ଼ି ସହରର ମେୟରଙ୍କ ବଡ଼ଝିଅ ଗୋଆରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ମେୟର ବାପା ଏନେଇ ଥାନାରେ ଅଭି‌ଯୋଗ କରିବା ପରେ ଗୋଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଝିଅ ନିଖୋଜ ହେବାର ଦୁଇଦିନ ମଧ୍ୟରେ ଗୋଆ ପୁଲିସ ଆରତୀ ହମାଲଙ୍କୁ ଗୋଆର ଚୋପଡେମ ଗ୍ରାମସ୍ଥିତ ହୋଟେଲରେ ଖୋଜି ପାଇଛି। ଏହି ସମୟରେ ଆରତୀଙ୍କ ସହିତ ହୋଟେଲରେ ତାଙ୍କର ଦୁଇଜଣ ସାଥୀ ବି ଥିଲେ ଆରତୀଙ୍କୁ ଖୋଜି ପାଇବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial