ଆଇସିସି ବିଶ୍ୱକପ୍ : ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା

ଆଇସିସି ବିଶ୍ବକପ୍

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ୱକପ୍ କ୍ରିକେଟର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡି’କକ୍ ଓ ଟେମ୍ବା ବାଭୁମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ହାସଲ କରିଥିବା ଡି’କକ୍ ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ। ବାଭୁମା ୩୫ ରନ କରିଥିଲେ। ସେହିପରି ଆଉଡେନ ମାର୍କରାମ୍ ୫୬ ରନ କରିଥିଲେ। ହେନେରିକ୍ କ୍ଲାସେନ ୨୯ ରନ କରିଥିଲ। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୧୧ ରନ କରିଥିଲା। ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଭାରତଠାରୁ ହାରିଯାଇଥିଲା। ଏଣୁ ଏହି ମ୍ୟାଚରେ ଜିତିବା ଅଷ୍ଟ୍ରେଲିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Share Now:

Kalinga News Beuro

Next Post

ସେବେ ଲୋକ କହୁଥିଲେ, ହେ ଠାକୁରେ ଦୁର୍ନୀତି ନ ହେଉ: ନରେନ୍ଦ୍ର ମୋଦୀ

Thu Oct 12 , 2023
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହିଳା ସଂରକ୍ଷଣ ପ୍ରସଙ୍ଗରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସରକାର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଭଳି କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟ ୩୦-୪୦ ବର୍ଷ ଧରି ଝୁଲିକି ଥିଲା, କିନ୍ତୁ ଆମ ସରକାର ମହିଳାଙ୍କ ଉନ୍ନତି ପାଇଁ ଏହି କାର୍ଯ୍ୟ କରିଛନ୍ତି। ଉତ୍ତରାଖଣ୍ଡର ପିଥୋରଗଡରେ ବିଭିନ୍ନ […]
ନରେନ୍ଦ୍ର ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial