ସେବେ ଲୋକ କହୁଥିଲେ, ହେ ଠାକୁରେ ଦୁର୍ନୀତି ନ ହେଉ: ନରେନ୍ଦ୍ର ମୋଦୀ

ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହିଳା ସଂରକ୍ଷଣ ପ୍ରସଙ୍ଗରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସରକାର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଭଳି କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟ ୩୦-୪୦ ବର୍ଷ ଧରି ଝୁଲିକି ଥିଲା, କିନ୍ତୁ ଆମ ସରକାର ମହିଳାଙ୍କ ଉନ୍ନତି ପାଇଁ ଏହି କାର୍ଯ୍ୟ କରିଛନ୍ତି। ଉତ୍ତରାଖଣ୍ଡର ପିଥୋରଗଡରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦାରିଦ୍ର୍ୟ ହଟାଇବା ପାଇଁ ପୂର୍ବରୁ ସ୍ଲୋଗାନ ଦିଆଯାଇଥିଲା, ମୋଦୀ କହିଛନ୍ତି ଯେ ମିଳିତ ଭାବେ ଆମେ ଦାରିଦ୍ର୍ୟ ହଟାଇବୁ। ଆମେ ଦାୟିତ୍ୱ ନେଇଛୁ ଏବଂ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ।
ପ୍ରକୃତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗରିବୀ ହଟାଓ ସ୍ଲୋଗାନ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଶାସନ କାଳରେ ଲୋକମାନେ ମନ୍ଦିରରେ ପ୍ରାର୍ଥନା କରୁଥିଲେ ଯେ ଦେଶରେ କୌଣସି ଦୁର୍ନୀତି ନ ହେଉ। କିନ୍ତୁ କଂଗ୍ରେସ ଦୁର୍ନୀତି କରିଚାଲିଥିଲା ଓ କେବେ ବି ଦୁର୍ନୀତି ବନ୍ଦ କରି ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରିଛନ୍ତି ଯେ ଆମେ ସୀମାରେ ଥିବା ଗାଁଗୁଡିକୁ ଶେଷରେ ନୁହେଁ ବରଂ ଦେଶର ପ୍ରଥମ ଗ୍ରାମ ଭାବରେ ବିକାଶ କରିବା ଆରମ୍ଭ କରିଛୁ। ସେ କହିଛନ୍ତି, “ଏହି କାର୍ଯ୍ୟ ପୂର୍ବ ସରକାରମାନେ ମଧ୍ୟ କରିଥାନ୍ତେ, କିନ୍ତୁ କାଳେ ଶତ୍ରୁମାନେ ପଶିଆସିବେ ସେହି ଭୟରେ କୌଣସି ବିକାଶ କରିନଥିଲେ। ପୂର୍ବ ସରକାରଙ୍କ ଭୟକୁ ଛାଡି ଆଜିର ନୂଆ ଭାରତ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଭାରତ ବିକାଶର ନୂତନ ଶିଖର ଆଡକୁ ଗତି କରୁଛି।

Share Now:

Kalinga News Beuro

Next Post

ପୋଲିସ କବଜାରେ ରାଜପଥ ଡକାୟତ ଦଳ : ମୁଖିଆ ରମେଶ ସମେତ ୫ଙ୍କୁ କୋର୍ଟ ଚାଲାଣ

Thu Oct 12 , 2023
ଜଟଣୀ: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜପଥରେ ମାଲବାହୀ ଗାଡ଼ିକୁ ଅଟକାଇ ଡକାୟତି କରୁଥିବା ଏକ ଦୁର୍ଦ୍ଦଷ ଗ୍ୟାଙ୍ଗ୍‌ ଜଟଣୀ ଥାନା ପୁଲିସ ପଞ୍ଝାରେ ପଡ଼ିଛି। ଗତକାଲି ରାତିରେ ମା’ ଖଣ୍ଡୁଆଳ ମନ୍ଦିର ନିକଟରେ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏହି କୁଖ୍ୟାତ ରମେଶ ଗ୍ୟାଙ୍ଗ୍‌ ପୁଲିସ ହାବୁଡ଼ରେ ପଡ଼ିଥିଲା। ସେମାନେ ହେଲେ ଗ୍ୟାଙ୍ଗ୍‌ ମୁଖିଆ ବାଲିଛକ ମୁଣ୍ଡିଆସାହିର ରମେଶ ଜେନା(୨୨), କୁଦିଆରୀ ମାଲଗୋଦାମ ଛକ ଅଞ୍ଚଳର ସେକ୍‌ […]
ଧରାପଡ଼ିଲା ରାଜପଥ ଡକାୟତ ଦଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial