ଆଇସିସି ବିଶ୍ୱକପ୍ : ଇଂଲଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କଲା ଶ୍ରୀଲଙ୍କା

ଇଂଲଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କଲା ଶ୍ରୀଲଙ୍କା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ଇଂଲଣ୍ଡକୁ ୮ ଓ୍ବିକେଟରେ ହରାଇଦେଇଛି ଶ୍ରୀଲଙ୍କା। ଇଂଲଣ୍ଡ ଦ୍ୱାରା ରଖାଯାଇଥିବା ୧୫୭ ରନ ଲକ୍ଷ୍ୟକୁ ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ଟି ଓ୍ବିକେଟ ହରାଇ ୧୬୦ ରନ କରି ହାସଲ କରିନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ୭୭ ରନ କରିଥିବାବେଳେ ସଦିରା ସମରବିକ୍ରମା ୬୫ ରନ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଇଂଲଣ୍ଡର ଏହି ନିଷ୍ପତ୍ତି ଓଲଟା ସାବ୍ୟସ୍ତ ହୋଇଥିଲା। ଏକ ବଡ଼ ସ୍କୋର କରି ଶ୍ରୀଲଙ୍କାକୁ ହରାଇବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା। ଦଳ ପକ୍ଷରୁ ବେନ ଷ୍ଟୋକ୍ସ ୪୩ ରନ କରିଥବାବେଳେ ଡାଓ୍ବିଡ୍ ମଲାନ ୨୮ ରନ କରିଥିଲେ। କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ। ଫଳରେ ଦଳ ୩୩.୨ ଓଭରରେ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୩ଟି ଓ୍ବିକେଟ ନେଇଥିବାବେଳେ ଆଞ୍ଜେଲୋ ମାଥ୍ୟୁସ ଓ କାସୁନ ରାଜିଥା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଚଳିତ ବିଶ୍ୱକପରେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଇଂଲଣ୍ଡ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଛି। ଦଳ ଏପର୍ଯ୍ୟନ୍ତ ମୋଟ ୫ଟି ମ୍ୟାଚ ଖେଳି ୪ଟିରେ ପରାଜୟ ବରଣ କରିଛି।

Share Now:

Kalinga News Beuro

Next Post

କତାରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

Thu Oct 26 , 2023
ଆଇନଗତ ବିକଳ୍ପ ସନ୍ଧାନ କରୁଛି ଭାରତ ନୂଆଦିଲ୍ଲୀ: ଉପସାଗରୀୟ ଦେଶ କତାରରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। କତାରରେ ଅଦାଲତଙ୍କ ରାୟକୁ ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ଆସିଛି। ଏ ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆମେ ଏଥିରେ ଗଭୀର ଆଶ୍ଚର୍ଯ୍ୟ। ଆମେ ଏହି ମାମଲାର ବିସ୍ତୃତ ରାୟକୁ ଅପେକ୍ଷା କରିଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର […]
କତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial