ଋଷିକେଶ କାନିଟକର ମହିଳା କ୍ରିକେଟ ଟିମର ନୂଆ କୋଚ : ବିସିସିଆଇ

ଋଷିକେଶ କାନିଟକର

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚିଂ ଷ୍ଟାଫରେ ଏକ ବଡ଼ ପରିବର୍ତ୍ତନ କରିଛି। ବାସ୍ତବରେ ବୋର୍ଡ ପୂର୍ବତନ ଭାରତୀୟ କ୍ରିକେଟର ଋଷିକେଶ କାନିଟକରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜ୍ ପୂର୍ବରୁ ସେ ଦଳରେ ଯୋଗଦେବେ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ବିସିସିଆଇ ଏହି ବଡ ପରିବର୍ତ୍ତନ କରିଛି। ଏହି ସିରିଜ ପୂର୍ବରୁ ଋଷିକେଶ ଭାରତୀୟ ମହିଳା କ୍ରିକେଟ୍ ଦଳରେ ଯୋଗଦେବେ। ବିସିସିଆଇର ଏହି ନିଷ୍ପତ୍ତି ପରେ ଋଷିକେଶ କହିଛନ୍ତି ଯେ ‘ବ୍ୟାଟିଂ ପ୍ରଶିକ୍ଷକ ଭାବରେ ବରିଷ୍ଠ ମହିଳା କ୍ରିକେଟ୍ ଦଳରେ ଯୋଗଦେବା ମୋ ପାଇଁ ଗୌରବର ବିଷୟ। ମୁଁ ଏହି ଦଳରେ ଅପାର ସମ୍ଭାବନା ଦେଖୁଛି।’
ଆମର ଦଳ ଆଗାମୀ ଚ୍ୟାଲେଞ୍ଜ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥିସହ ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରମେଶ ପାୱାରଙ୍କୁ ଏନସିଏକୁ ପଠାଇଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ରମେଶ ପାୱାର କହିଛନ୍ତି ଯେ ‘ବରିଷ୍ଠ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ମୋର ଅଭିଜ୍ଞତା ଚମତ୍କାର ଥିଲା। ମୁଁ ମୋର ଅନେକ ବର୍ଷର ଅଭିଜ୍ଞତା ସହ ଆଗକୁ ବଢିବାକୁ ଚାଁହୁଛି। ସୂଚନା ଥାଉ କି ଯେ ରମେଶ ପାୱାର ଭାରତୀୟ ମହିଳା ଦଳର ପ୍ରଥମ ମୁଖ୍ୟ ପ୍ରଶିକ୍ଷକ ଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟି -୨୦ ସିରିଜ ପୂର୍ବରୁ ବିସିସିଆଇ ତାଙ୍କୁ ଏନସିଏକୁ ପଠାଇଛି। ଏଥି ସହ ଋଷିକେଶ କାନିଟକରଙ୍କୁ ମହିଳା ଦଳର ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ଲାଗିଲା କଟକଣା‌ : ରାସ୍ତାକଡ଼ରେ ହେବନି ମାଂସ କଟା

Tue Dec 6 , 2022
ଭୁବନେଶ୍ୱର: ଏଣିକି ଆଉ ରାଜଧାନୀର ରାସ୍ତା କଡ଼ରେ ମାଂସ କଟା ହେବ ନାହିଁ। କେହି ଏହି କଟକଣାକୁ ଅମାନ୍ୟ କଲେ‌, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଏମ୍‌ସି ପକ୍ଷରୁ ଏଭଳି ଘୋଷଣା ହେବା ପରେ ଆଜି ‘ଭୁବନେଶ୍ୱର ନନ୍‌ଭେଜ୍ ଟ୍ରେଡର୍ସ ଫେଡେରେସନ୍‌’ ବିଏମ୍‌ସି ଅଫିସ ଘେରିଥିଲା। ତେବେ ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିବା ପ‌ରେ ଫେଡେରେସନ ବିଏମ୍‌ସିର ଏହି ନିଷ୍ପତ୍ତିକୁ ମାନିଥିବା ଜଣାପଡ଼ିଛି।ଆଜି ବିଏମ୍‌ସି କନ୍‌ଫରେନ୍ସ […]
ରାସ୍ତାକଡ଼ରେ ହେବନି ମାଂସ କଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial