ମୁମ୍ବାଇ : ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଓମାନ ଓ ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଓ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ ଘୋଷଣା କରାଯାଇଛି। ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଯାଦେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର ଓ ମହମ୍ମଦ ସାମି। ଅନ୍ୟପକ୍ଷରେ ଦିପକ ଚହର, ଶାର୍ଦ୍ଦୁଲ ଠାକୁର ଓ ଶ୍ରେୟସ ଆୟାରଙ୍କୁ ଅତିରିକ୍ତ ଖେଳାଳି ଭାବେ ରଖାଯାଇଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ବିଶ୍ବକପ ନିମନ୍ତେ ଭାରତୀୟ ଦଳର ମେଣ୍ଟର ବା ପରାମର୍ଶଦାତା ନିଯୁକ୍ତ କରାଯାଇଛି। ଏଥରର ଟି-୨୦ ବିଶ୍ବକପ ଭାରତରେ ହେବାର ଥିଲା। କିନ୍ତୁ କୋଭିଡ ମହାମାରୀ ପାଇଁ ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା।
ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

Share Now: