ହୃଦୟସ୍ପର୍ଶୀ ଦୃଶ୍ୟ: ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ହାର୍ଦ୍ଦିକଙ୍କ ଜୋତା ଫିତା ବାନ୍ଧିଲେ ଅଷ୍ଟ୍ରେଲିଆର କ୍ରିକେଟର

ହୃଦୟସ୍ପର୍ଶୀ ଦୃଶ୍ୟ

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ଵିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା।
ଏହି ଖେଳ ଚାଲିଥିବା ବେଳେ ପଡ଼ିଆ ମଝିରେ ଏକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆର ବ୍ୟାଟସ ମ୍ୟାନ ମାର୍ନସ ଲବୁସେନ ଦ୍ଵିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ଭାରତ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜେତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଥିଲା। ଏହି ହୃଦୟସ୍ପର୍ଶୀ ଭିଡିଓ ଓ ଫଟୋକୁ ଟୁଇଟରରେ ସେୟାର କରି ଲେଖାହୋଇଛି #୩୩। ଏହି ଘଟଣାକୁ ନେଇ କ୍ରିକେଟ ପ୍ରେମୀ ଲବୁସେନଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଏଥିସହିତ ଲେଖିଛନ୍ତି ହାର୍ଦ୍ଦିକ ଓ ଲବୁସେନଙ୍କ ଜର୍ସିର ନମ୍ବର ୩୩ ରହିଛି। ଏହି କ୍ରମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ଵିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଫିଲଣ୍ଡିଂ ଜାଦୁ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବେଟିଂ କରିଥିବା ବେଳେ ଷ୍ଟିଭ ସ୍ମିଥ ପବନରେ ଉଡ଼ି କ୍ୟାଚ ଧରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ ହୋଇଯାଇଛି।

Share Now:

Kalinga News Beuro

Next Post

ସ୍ଲମ୍‌ କ୍ୱାର୍ଟର୍ସ ଆବଣ୍ଟନ ପ୍ରସଙ୍ଗ: ଆଳୁ ଖୋଳୁ ଖୋଳୁ ମହାଦେବ

Mon Mar 20 , 2023
ନଗର ଉନ୍ନୟନ ବିଭାଗ କର୍ମଚାରୀ ମଧ୍ୟ ନେଇଛନ୍ତି କ୍ୱାର୍ଟର ଭୁବନେଶ୍ୱର: କେନ୍ଦ୍ର ସରକାର କରିଥିବା ସ୍ଲମ୍‌ କ୍ୱାର୍ଟର୍ସ ବିଏମ୍‌ସି କର୍ମଚାରୀଙ୍କୁ ବାଣ୍ଟି ଦିଆଯାଇଛି। କେତେକ କର୍ମଚାରୀ ଅବସର ପରେ କ୍ୱାର୍ଟର୍ସ ଫେରାଇ ନାହାନ୍ତି। ଜଣେ କର୍ମଚାରୀ କୋର୍ଟରେ ହାରିଯିବା ଓ ମେ’ ମାସ ସୁଦ୍ଧା କ୍ୱାର୍ଟର୍ସ ଫେରାଇବା ପାଇଁ ତାଙ୍କୁ ବିଏମ୍‌ସି ନୋଟିସ୍‌ ହେବା ପରେ ତନାଘନା ହୋଇଛି। ଖୋଳତାଡ଼ ବେଳେ ବିଚିତ୍ର କଥା ସାମ୍ନାକୁ ଆସିଛି। ଏଠାରେ କେବଳ […]
ସ୍ଲମ୍‌ କ୍ବାର୍ଟର୍ସ ବାଣ୍ଟିବା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ