ଏସିଆ କପ୍ ବିଜୟ ପାଇଁ ଭାରତକୁ ୫୦ ଓଭରରେ ୫୧ ରନ କରିବାକୁ ହେବ

ଭାରତକୁ ୫୦ ଓଭରରେ ୫୧ ରନ

ସିରାଜ, ପାଣ୍ଡ୍ୟା ଓ ବୁମରାଙ୍କ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ

କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି। ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି। ତେବେ ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ସର୍ବନିମ୍ନ ସ୍କୋର ନୁହେଁ। ପୂର୍ବରୁ ୨୦୧୨ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଶ୍ରୀଲଙ୍କା ମାତ୍ର ୪୩ ରନରେ ଅଲଆଉଟ ହୋଇଯାଇଥିଲା।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ। ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ। ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ। ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ। ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ। ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା। ପରେ ସିରାଜ ନିଜର ୬ଷ୍ଠ ଓଭର ବୋଲିଂ କରିବାକୁ ଆସି କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ। ସେ ମୋଟ ୩ଟି ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

କନ୍ଦରପୁର ଡକାୟତି ଘଟଣା : ମଙ୍ଗୁକୁ ଏନକାଉଣ୍ଟର ପରେ ୬ ଅଭିଯୁକ୍ତ ଗିରଫ

Sun Sep 17 , 2023
କଟକ: କମିସନରେଟ ପୁଲିସ କଟକ କନ୍ଦରପୁର ଡକାୟତି ଘଟଣାର ପର୍ଦାଫାଶ କରିଛି। ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ଦୁଇ ଦିନ ତଳେ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଏହି ଗ୍ୟାଙ୍ଗର ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ କଟକ ଟାଙ୍ଗୀ ଥାନାରେ ଅନ୍ତର୍ଗତ ସାନ କେଶପୁର ଅଂଚଳର ବ୍ରହ୍ମାନନ୍ଦ ରାଉତ ଓରଫ ଚିକୁ, […]
କନ୍ଦରପୁର ଡକାୟତି ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial