ଭୁବନେଶ୍ବରରେ ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ବରରେ ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ବର: ହକି ବିଶ୍ବକପ୍‌-୨୦୨୩ ପାଇଁ ପ୍ରସ୍ତୁତି ‌ଜୋରଦାର ଚାଲିଛି। ଭାରତୀୟ ପୁରୁଷ ହକି ଦଳ ‘ହକି ବିଶ୍ୱକପ୍’ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛି। ଭାରତୀୟ ହକି ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଭୁବନେଶ୍ଵର ବିମାନବନ୍ଦରରେ ଖେଳାଳିମାନେ ପହଞ୍ଚିଲା ପରେ ସେଠାରୁ ସିଧାସଳଖ ହୋଟେଲକୁ ଯାଇଥିଲେ। ସେଠାରେ ବିଶ୍ରାମ ନେବା ପରେ ପୁଣି ଖେଳାଳିମାନେ ରାଉରକେଲା ଅଭିମୁଖେ ବାହାରିଯିବେ। ଅପରାହ୍‌ଣ ୪ଟା ୧୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ଭାରତୀୟ ଦଳ ସେଇଠୁ ରାଉରକେଲା ଯିବେ। ଆଉ ସେହିଠାରୁ ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ।
ସୂଚନାଯୋଗ୍ୟ, ହକି ବିଶ୍ବକପ୍‌-୨୦୨୩ର ସମସ୍ତ ମ୍ୟାଚ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବ। ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍‌ରେ ୨ ଜଣ ଓଡ଼ିଆ ଖେଳାଳି (ଅମିତ ରୋହିଦାସ ଓ ନିଲମ ଖେସ୍‌ ) ଅଛନ୍ତି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍‌ରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।

Share Now:

Kalinga News Beuro

Next Post

ଚିନ୍ତା ବଢ଼ାଇଲା ଚିନ୍ତାମଣିଶ୍ବର ପୋଖରୀ : ପାଣିରେ ଗଲା ଦେଢ଼ କୋଟି

Tue Dec 27 , 2022
ଭୁବନେଶ୍ବର: ଗୋଟିଏ ବର୍ଷରେ ୩ ଦଫାରେ ଖର୍ଚ୍ଚ କରିଦେଲେ ଦେଢ଼‌ କୋଟିରୁ ଅଧିକ ଟଙ୍କା। ନବୀକରଣ ନାଁରେ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା ସିନା କାଣିଚାଏ ଲାଭ ମିଳିଲାନି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସବୁ ଚଳୁ ହୋଇଗଲା। ଅସାଧୁମେଣ୍ଟର କ୍ଷମତା ବଳରେ ଅନ୍ଧାରରେ ରହିଗଲା ବିଏମ୍‌ସିର ବେଆଇନ କାରବାର। ପୋଖରୀର ପୁନରୁଦ୍ଧାର ହେବ କ’ଣ, ଏବେ ଆବର୍ଜନା କୁଣ୍ଡକୁ ବଳେଇପଡ଼ିଛି। ଗୋଡ଼ ବୁଡ଼ାଇବାକୁ ବି ଲୋକେ ଯାଉନାହାନ୍ତି। […]
ଚିନ୍ତା ବଢ଼ାଇଲା ଚିନ୍ତାମଣିଶ୍ବର ପୋଖରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial