ବାରାଣାସୀରେ ନୂଆ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦୀ

ବାରାଣାସୀରେ ନୂଆ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦୀ

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ୧୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସେ ବାରଣାସୀରେ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହା ସହିତ ୧୬ଟି ଅଟଳ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ ବାରଣାସୀର ଗଞ୍ଜାରୀ ରଜତାଲାବଠାରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ୩୦ ଏକରରୁ ଅଧିକ ଅଞ୍ଚଳରେ ନିର୍ମାଣ କରାଯିବ। ତେବେ ଏହି ଷ୍ଟାଡିୟମର ବିଶେଷତା ହେଲା ଏହାର ଡିଜାଇନ। ବାରାଣାସୀ ଭଗବାନ ଶିବଙ୍କ ନଗରୀ ହୋଇଥିବାରୁ ଷ୍ଟାଡିୟମର ଡିଜାଇନରେ ଶିବଙ୍କ ଛାପ ଦେଖିବାକୁ ମିଳିବ। ଷ୍ଟାଡିୟମର ଛାତ ଶିବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧଚନ୍ଦ୍ର ଆକୃତିର ରହିଛି। ଫ୍ଲଡ୍ ଲାଇଟର ଆକୃତି ତ୍ରିଶୂଳ ଆକୃତିର ହୋଇଥିବାବେଳେ ଦର୍ଶକ ଗ୍ୟାଲେରୀ ଗୁଡ଼ିକ ବନାରସର ଗଙ୍ଗାଘାଟର ଆକୃତିର ରହିଛି। ସେହିପରି ଷ୍ଟାଡିୟମ ଚାରିପଟେ ଥିବା ଧାତବ ଡିଜାଇନ ବେଲପତ୍ର ଆକୃତିର ଥିବାବେଳେ ଷ୍ଟାଡିୟମର ପ୍ରବେଶ ତୋରଣ ଉପରେ ଏକ ଡମ୍ବରୁ ରଖାଯାଇଛି। ଉତ୍ତରପ୍ରଦେଶରେ ଏବେ କାନପୁର ଓ ଲକ୍ଷ୍ନୌରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି। ଷ୍ଟାଡିୟମଟି କାର୍ଯ୍ୟକ୍ଷମ ହେଲେ ବାରାଣାସୀ ହେବ ରାଜ୍ୟର ୩ୟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ। ନୋଏଡାରେ ବି ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଥିଲେ ବି ସେଠାରେ ବିସିସିଆଇ କୌଣସି ମ୍ୟାଚ ଆୟୋଜନ କରିନଥାଏ।

Share Now:

Kalinga News Beuro

Next Post

ମିଛ ଧରାଇଲା ଡ୍ରୋନ୍ ସର୍ଭେ : ବର୍ଷ ବର୍ଷ ଧରି ସଫା ହୋଇନି ୭ ନମ୍ବର ଡ୍ରେନ୍

Sat Sep 23 , 2023
ଭୁବନେଶ୍ୱର : ସାମାନ୍ୟ ବର୍ଷା ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଉଛି। ରଥ ରୋଡ, ବ୍ୟାଙ୍କ୍ କଲୋନିଠାରୁ ଆରମ୍ଭ କରି ଶ୍ରୀରାମନଗର ଛକ ଭଳି ବିଭିନ୍ନ ସ୍ଥାନରେ ପାଣି ଜମୁଥିବାରୁ ଲୋକେ ଦୟନୀୟ ଅବସ୍ଥା ଭୋଗୁଛନ୍ତି। ଏମିତିକି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ବର୍ଷାରେ ନର୍ଦ୍ଦମା ପାଣି ଘରେ ପଶୁଥିବାରୁ ପୁରୁଣା ଭୁବନେଶ୍ୱରବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଦର୍ଶନ କରିବାକୁ […]
ମିଛ ଧରାଇଲା ଡ୍ରୋନ୍ ସର୍ଭେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial