ଏସିଆ କପ୍ : ଫାଇନାଲରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ

ଏସିଆ କପ୍

ଦୁବାଇ: ଏସିଆ କପ୍-୨୦୨୨ର ଫାଇନାଲ ମୁକାବିଲାରେ ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ଟିମ୍ ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ସାଢ଼େ ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଏହି ମୁକାବିଲା ପାଇଁ ବିଶ୍ବବ୍ୟାପୀ କ୍ରିକେଟ ପ୍ରଶଂସକ ଅପେକ୍ଷା କରିଛନ୍ତି। ଶ୍ରୀଲଙ୍କାର ଟିମ୍ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ୫ ଥର ଚମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ୩ୟ ଥର ପାଇଁ ଟ୍ରଫି ହାତେଇବାକୁ ଉଦ୍ୟମ କରିବ। ଶ୍ରୀଲଙ୍କା ଦୁଇ ଦିନ ପୂର୍ବରୁ ସୁପର-୪ ମୁକାବିଲାରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଶ୍ରୀଲଙ୍କାକୁ ଆଫଗାନିସ୍ତାନ ଓ ବାଂଲାଦେଶ ସହିତ ଗ୍ରୁପ-ବିରେ ରଖାଯାଇଥିଲା, ଯିଏକି ବାଂଲାଦେଶକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲା। ପୁଣି ସୁପର-୪ରେ ଆଫଗାନିସ୍ତାନ, ଭାରତ ଓ ପାକିସ୍ତାନକୁ ହରାଇ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଥିଲା। ଅନ୍ୟପଟରେ ପାକିସ୍ତାନକୁ ଗ୍ରୁପ ଷ୍ଟେଜରେ ଭାରତ ବିପକ୍ଷରେ ହାରିବାକୁ ପଡ଼ିଥିଲା। କିନ୍ତୁ ପରେ ହଙ୍ଗକଙ୍ଗ୍କୁ ହରାଇ ପାକିସ୍ତାନ ସୁପର-୪ରେ ପ୍ରବେଶ କରିଥିଲା। ଏହା ପରେ ସୁପର-୪ରେ ଭାରତ ଓ ଆଫଗାନିସ୍ତାନକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ପାକିସ୍ତାନ ଶେଷ ଥର ପାଇଁ ୨୦୧୨ ମସିହାରେ ଏସିଆ କପ୍ ଜିତିଥିଲା। ସେହି ସମୟରେ ବାଂଲାଦେଶକୁ ୨ ରନ୍ରେ ହରାଇ ଚମ୍ପିଅନ ହୋଇଥିଲା। ଏବେ ପାକିସ୍ତାନ ପାଖରେ ୧୦ ବର୍ଷ ପରେ ଟାଇଟଲ ଜିତିବାର ସୁଯୋଗ ଆସିଛି।

Share Now:

Kalinga News Beuro

Next Post

ଅତ୍ଯଧିକ ମଦ୍ଯପାନ ଯୋଗୁ ପ୍ରାଣ ହରାଉଛନ୍ତି ଗ୍ରାମବାସୀ : ମାଲକାନଗିରି ସିଡିଏମଓ

Sun Sep 11 , 2022
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗ ସଂପର୍କରେ ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଅଜଣା ରୋଗରେ ନୁହେଁ, ବରଂ ଅତ୍ଯଧିକ ମଦ୍ଯପାନ ଯୋଗୁ ଗ୍ରାମବାସୀ ପ୍ରାଣ ହରାଉଛନ୍ତି। ମାଲକାନଗିରି ମାଥିଲି ଅଞ୍ଚଳରେ ଅଜଣା ରୋଗରେ ପଡ଼ି ଗ୍ରାମବାସୀ ପ୍ରାଣ ହରାଉଥିବା ବେଳେ ଗ୍ରାମବାସୀମାନେ ଅତ୍ଯାଧିକ ମଦ୍ୟପାନ କରୁଥିବାରୁ ସେମାନଙ୍କ ମୃତ୍ଯୁ ହେଉଥିବା ଅନୁମାନ କରୁଛି ସ୍ବାସ୍ଥ୍ୟ ବିଭାଗ। ଗତକାଲି […]
ଅତ୍ଯଧିକ ମଦ୍ଯପାନ ଯୋଗୁ ପ୍ରାଣ ହରାଉଛନ୍ତି ଗ୍ରାମବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial