ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଲା ଭାରତ

ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଲା ଭାରତ

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଭାରତ ଇଂଲଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହା ସହିତ ସିରିଜ ୧-୧ରେ ପହଞ୍ଚିଛି। ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳିଥିବା ଇଶାନ କିଷନଙ୍କ ଲଢୁଆ ଅର୍ଦ୍ଧଶତକ। ସେ ୫୬ ରନ (୩୨ ବଲ, ୫ ଚୌକା, ୪ ଛକା) କରି ଆଦିଲ ରସିଦଙ୍କ ଦ୍ବାରା ଏଲବିଡବ୍ଲୁ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ୭୩ ରନ ଓ ଋଷଭ ପନ୍ତ ୨୪ ରନ କରିଥିଲେ। ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଂଲଣ୍ଡ ଦଳ ଆରମ୍ଭରୁ ଅଭିଜ୍ଞ ଜସ ବଟଲରଙ୍କୁ ହରାଇଥିଲେ ମଧ୍ୟ ଜାସନ ରଏ ଓ ଡେଓ୍ବିଡ୍ ମଲାନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରଏ ୪୬ ରନ କରି ଓ୍ବାସିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିବାବେଳେ ମଲାନ ୨୪ ରନ କରିଥିଲେ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨୦ ରନ ଓ ଇଅନ ମର୍ଗାନ ୨୮ ରନର ଯୋଗଦାନ ଦେଇଥିଲେ। ସେହିପରି ବେନ ଷ୍ଟୋକ୍ସ ୨୪ ରନ କରିଥିଲେ। ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ, ଯୁଜବେନ୍ଦ୍ର ଚହଲ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

Mon Mar 15 , 2021
ଭୁବନେଶ୍ବର : ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହେବ। ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଏହି ଧର୍ମଘଟ ଡାକରା ଦେଇଛି। ନଅଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହାକୁ ସମର୍ଥନ କରୁଛନ୍ତି। ଗତକାଲି (ଶନିବାର) ଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି।‌ ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ […]
ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial