କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଆଜି ଖେଳାଯାଉଥିବା ୨ୟ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ କରିଥିଲା। ଭାରତୀୟ ଦଳ ଆରମ୍ଭରୁ ଇଶାନ କିଷନଙ୍କ ଓ୍ବିକେଟ ହରାଇଥିଲେ ବି ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ। ରୋହିତ ୧୯ରନ କରି ଆଉଟ ହୋଇଥିଲେ ବି ବିରାଟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ବେଳକୁ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ। ପନ୍ତ ୫୨ ରନ କରିଥିବାବେଳେ ଆୟର ୩୩ ରନ କରିଥିଲେ। ଭାରତ ଏବେ ସିରିଜରେ ୧-୦ରେ ଆଗୁଆ ରହିଛି। ଚଳିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା। ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୭ ରନ କରିଥିବାବେଳେ ଭାରତ ୪ ଓ୍ବିକେଟ ହରାଇ ୧୬୨ ରନ କରି ମ୍ୟାଚ ଜିତିନେଇଥିଲା।
ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

Share Now: