ଆଗାମୀ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ଓଇଆରସିଙ୍କୁ ଶକ୍ତି ବିଭାଗର ଅନୁରୋଧ

ବିଜୁଳି ଦର

ଭୁବନେଶ୍ବର : ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ରାଜ୍ୟରେ ବିଜୁଳି ଦର ନ ବଢାଇବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କୁ ଅନୁରୋଧ କରିଛି ଓଡ଼ିଶା ଶକ୍ତି ବିଭାଗ। ଶନିବାର ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି। ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ବିଭାଗ ଅନୁରୋଧ କରିଛି। ଅନ୍ୟପକ୍ଷରେ ବିଦ୍ୟୁତର ବୈଷୟିକ ଓ ବ୍ୟବସାୟିକ କ୍ଷତି ହ୍ରାସ କରି ତାହାର ସୁଫଳ ଗ୍ରାହକଙ୍କୁ ଦେବାକୁ ବିତରଣ କମ୍ପାନି ବା ଡିସକମମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ବିଭାଗ ଦାବି ରଖିଛି। ଏହାଛଡ଼ା, ଅନ୍ତଃରାଜ୍ୟ ବିଦ୍ୟୁତ ପରିବହନ ଓ ହ୍ବିଲିଂ ଚାର୍ଜ ଉପରେ ଦିଆଯାଉଥିବା ୮୦ ପ୍ରତିଶତ ରିହାତିକୁ ବନ୍ଦ କରିବାକୁ ଶକ୍ତି ବିଭାଗ ଆୟୋଗଙ୍କ ନିକଟରେ ଦାବି କରିଛି।

Share Now:

Kalinga News Beuro

Next Post

ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ

Sat Feb 19 , 2022
ନିଶ୍ଚିନ୍ତ‌କୋଇଲି: ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ନିଶ୍ଚିନ୍ତକୋଇଲି ଠାରେ କେନ୍ଦ୍ରପଡ଼ା-କଟକ ରାସ୍ତାରୋକ କ‌ରିଛନ୍ତି ଗ୍ରାମବାସୀ। ପଞ୍ଚାୟତ ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ୍‌ ରହିଥିବାବେଳେ ସେଠାରେ ଲାଇଟ ନଥିବା ସହ କୌଣସି ସୁରକ୍ଷା ନଥିବାରୁ ସୁକରପଡ଼ା ପଞ୍ଚାୟତବାସୀ ହଜାର ହଜାର ସଂଖ୍ୟାରେ କେନ୍ଦ୍ରପଡ଼ା-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନାଅନୁଯାୟୀ, ପଞ୍ଚାୟତ ନିର୍ବାଚନ ୨୦୨୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ […]
ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି

ଆହୁରି ପଢ଼ନ୍ତୁ